ହୋଣ୍ଡା ଏବର୍ଷ ୨ଟି ନୂଆ ଇଭି ଆଣିବ

ହୋଣ୍ଡା ଏବର୍ଷ ୨ଟି ନୂଆ ଇଭି ଆଣିବ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍ଏସ୍‌ଆଇ) ଇଲେକ୍ଟ୍ରିକ୍ ଯାନ (ଇଭି)କୁ ନେଇ ଏହାର ରହିଥିବା ଯୋଜନା ଘୋଷଣା କରିଛି। କଂପାନିର ସିଇଓ ଆତସୁସି ଓଗାତା କହିଛନ୍ତି ଯେ ୨୦୨୩-୨୪ରେ କଂପାନି ଦୁଇଟି ନୂଆ ଇଭି ମଡେଲ୍‌ ବଜାରକୁ ଆଣିବ। ଗୋଟିଏ ମଧ୍ୟମ ଧରଣର ଇଭି ଏବଂ ଅନ୍ୟଟିରେ ସ୍ବାପେବଲ୍‌ ବ୍ୟାଟେରି ସୁବିଧା ରହିବ। ୨୦୪୦ ସୁଦ୍ଧା ସବୁ ଗାଡ଼ିକୁ ଇଭିରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଥିବା ହୋଣ୍ଡା ଭାରତରେ ଇଭି ନିର୍ମାଣ କରିବା ଲାଗି କର୍ଣ୍ଣାଟକର ନର୍ସାପୁରାଠାରେ ‘ଫ୍ୟାକ୍ଟ୍ରି ଇ’ ସ୍ଥାପନ କରୁଛି। ୨୦୩୦ ସୁଦ୍ଧା ଏହି କାରଖାନାରୁ ୧ ନିୟୁତ ଇଭି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ୱାର୍କସପ୍ ଇ ପ୍ରକଳ୍ପ ଅଧୀନରେ କଂପାନି ଏହାର ସାରା ଦେଶରେ ଥିବା ୬୦୦୦ରୁ ଅଧିକ ଟଚ୍‌ପଏଣ୍ଟ୍‌ରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ। ଏହା ବ୍ୟତୀତ ପେଟ୍ରୋଲ ପମ୍ପ୍, ମେଟ୍ରୋ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ବ୍ୟାଟେରି ସ୍ବାପିଂ ଷ୍ଟେସନ ସ୍ଥାପନ କରିବ। ଚଳିତ ଆର୍ଥିକ ବର୍ଷର ମଧ୍ୟ ଭାଗ ସୁଦ୍ଧା କଂପାନି ଏହାର ସବୁ ମଡେଲ୍‌କୁ ଓବିଡି୨ ଓ ଇ୨୦ ଫୁଏଲ୍‌ ନିୟମ ପାଳନ କରିବା ଭଳି ପ୍ରସ୍ତୁତ କରିବ। ବର୍ତ୍ତମାନ କଂପାନି ୩୮ଟି ଦେଶକୁ ୧୮ ପ୍ରକାର ଗାଡ଼ି ରପ୍ତାନି କରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୫୮ଟି ଦେଶକୁ କଂପାନି ୨୦ଟି ମଡେଲ୍‌ ପଠାଇବାକୁ ଯୋଜନା ରଖିଛି। ଗୁଜରାଟର ବିଠଲପୁର କାରଖାନାରେ କଂପାନି ୬ ଲକ୍ଷ ସ୍କୁଟର ଉତ୍ପାଦନ କରିବା ଲାଗି ଏକ ଆସେମ୍ବଲି ଲାଇନ୍‌ ଯୋଡ଼ିବ ବୋଲି ଶ୍ରୀ ଓଗାତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe