ହୋଣ୍ଡା ୨୫ରୁ ଉତ୍ପାଦନ ଆରମ୍ଭ କରିବ

Advertisment
ହୋଣ୍ଡା ୨୫ରୁ ଉତ୍ପାଦନ ଆରମ୍ଭ କରିବ

2018 Honda Gold Wing Tour

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଚଳିତ ମାସ ୨୫ରୁ ଏହାର କାରଖାନାରେ ଉତ୍ପାଦନ ଆରମ୍ଭ କରିବ। କଂପାନି ପ୍ରଥମେ କର୍ଣ୍ଣାଟକରେ ନର୍ସାପୁରା ଠାରେ ଥିବା ଏହାର ସର୍ବବୃହତ କାରଖାନାରେ ଗାଡ଼ି ଉତ୍ପାଦନ ଆରମ୍ଭ କରିବ। ପର୍ଯ୍ୟାୟକ୍ରମେ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଅତ୍ୟ ତିନିଟି କାରଖାନାରେ ଉତ୍ପାଦନ ଆରମ୍ଭ ହେବ ବୋଲି ହୋଣ୍ଡା ପକ୍ଷରୁ କୁହାଯାଇଛି।

କଂପାନିର ନିର୍ଦେଶକ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଗାଡ଼ି ଚାହିଦାରେ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଆମ କାରଖାନାରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛୁ। କଂପାନିକୁ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ଯୋଗାଉଥିବା ୩୦୦ରୁ ଅଧିକ ଯୋଗାଣକାରୀଙ୍କ ମଧ୍ୟରୁ ୯୯% ସଂସ୍ଥା ସେମାନଙ୍କ କାରଖାନା ଚାଲୁ କରିବା ଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରିଥିବା ହୋଣ୍ଡା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe