ଅନର୍‌ ଆଣିବ ୬ କ୍ୟାମେରା ଥିବା ଫୋନ୍

Advertisment
ଅନର୍‌ ଆଣିବ ୬ କ୍ୟାମେରା ଥିବା ଫୋନ୍

ନୂଆଦିଲ୍ଲୀ: ହୁୱେଇର ସବ୍‌ବ୍ରାଣ୍ଡ୍ ଅନର୍‌ ପକ୍ଷରୁ ଚଳିତମାସ ୩୧ ତାରିଖରେ ମ୍ୟାଜିକ୍‌ ୨ ନାମରେ ଏକ ନୂଆ ସ୍ମା‌ର୍ଟଫୋନ୍ ଚୀନ୍‌ରେ ଉନ୍ମୋଚନ ହେବାକୁ ଯାଉଛି। ଏହି ଫୋନ୍‌ର ଟିଜର କମ୍ପାନି ପକ୍ଷରୁ ଜାରି ହୋଇଥିବା ବେଳେ ଫଟୋ ମଧ୍ୟ ଲିକ୍ ହୋଇସାରିଛି। ଚୀନର ଜଣେ ଅଭିନେତ୍ରୀ ଏହି ଫୋନକୁ ଧରିଥିବା ଦେଖିବାକୁ ମିଳିଛି। ତେବେ ଏହି ଫୋନରେ ମୋଟ ୬ଟି ‌କ୍ୟାମେରା ରହିଥିବା ନେଇ ଚର୍ଚ୍ଚା ହେଉଛି। ପଛପଟେ ୧୬, ୨୪ ଏବଂ ୧୬ ମେଗାପିକ୍ସେଲ କ୍ୟାମେରା ଥିବା ବେଳେ ସମ୍ମୁଖ ଭାଗରେ ସେଲଫି ପାଇଁ ୧୬, ୨୦ ଏବଂ ୨ ମେଗାପିକ୍ସେଲର କ୍ୟାମେରା ରହିଛି। ଏଥିସହିତ ଏ‌ହି ଫୋନ୍‌ରେ ୩୪୦୦ ମିଲିଆମ୍ପିଅରର ବ୍ୟାଟେରି ଓ ୬.୩୯ ଇଞ୍ଚର ଏମୋଲେଡ ଡିସପ୍ଲେ ରହିଛି। ଏହି ଫୋନ୍‌ରେ ଅକ୍ଟାକୋର କିରିନ ୯୮୦ ଏସଓସି ପ୍ରୋସେସର ରହିଥିବା ବେଳେ ସ୍ମାର୍ଟଫୋନ ୮ ଜିବି ରାମ୍ ଓ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ ସୁବିଧା ଥିବା କୁହାଯାଉଛି। ତେବେ ଏହି ଫୋନର ମୂଲ୍ୟ କେତେ ରହିବ ସେ ନେଇ ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe