AI Summit: ଏଆଇ ସମ୍ମିଳନୀ ପାଇଁ ଦିଲ୍ଲୀ ହୋଟେଲ୍‌ରେ ଭିଡ଼

Advertisment

ନୂଆଦିଲ୍ଲୀରେ ଚଳିତ ମାସ ୧୯ ଓ ୨୦ ତାରିଖରେ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏଥିପାଇଁ ବିଭିନ୍ନ ଦେଶରୁ ପ୍ରତିନିଧିମାନଙ୍କର ସମାଗମ ହେବ। ସମ୍ମିଳନୀ ପାଇଁ ଦିଲ୍ଲୀରେ ହୋଟେଲ ଶିଳ୍ପରେ ଅଭାବନୀୟ ସ୍ଥିତି ଦେଖାଦେଇଛି।

ନୂଆଦିଲ୍ଲୀରେ ଚଳିତ ମାସ ୧୯ ଓ ୨୦ ତାରିଖରେ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏଥିପାଇଁ ବିଭିନ୍ନ ଦେଶରୁ ପ୍ରତିନିଧିମାନଙ୍କର ସମାଗମ ହେବ। ସମ୍ମିଳନୀ ପାଇଁ ଦିଲ୍ଲୀରେ ହୋଟେଲ ଶିଳ୍ପରେ ଅଭାବନୀୟ ସ୍ଥିତି ଦେଖାଦେଇଛି।

09bbs_80_09022026_112

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚଳିତ ମାସ ୧୯ ଓ ୨୦ ତାରିଖରେ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏଥିପାଇଁ ବିଭିନ୍ନ ଦେଶରୁ ପ୍ରତିନିଧିମାନଙ୍କର ସମାଗମ ହେବ। ସମ୍ମିଳନୀ ପାଇଁ ଦିଲ୍ଲୀରେ ହୋଟେଲ ଶିଳ୍ପରେ ଅଭାବନୀୟ ସ୍ଥିତି ଦେଖାଦେଇଛି। ହୋଟେଲଗୁଡ଼ିକରେ ବିଭିନ୍ନ ରୁମ୍‌ ଦର ହଠାତ୍‌ ବୃଦ୍ଧି ପାଇଛି। ଏପରିକି ବିଳାସପୂର୍ଣ୍ଣ ରୁମ୍‌ଗୁଡ଼ିକର ଦର ୨ ଲକ୍ଷ ଟଙ୍କାରୁ ବଢ଼ିଯାଇ ୩୦ ଲକ୍ଷ ଟଙ୍କା ଛୁଇଁଛି। ଏହା ଦିଲ୍ଲୀରେ ହୋଟେଲ ଶିଳ୍ପରେ ଭିତ୍ତିଭୂମିର ଘୋର ଅଭାବକୁ ମଧ୍ୟ ଦର୍ଶାଉଛି।

ଡିସେମ୍ବର ଓ ଜାନୁଆରି ମାସରେ ଦିଲ୍ଲୀରେ ପର୍ଯ୍ୟଟକ ସଂଖ୍ୟା ଅପେକ୍ଷାକୃତ କମ୍‌ ଥିବାରୁ ହୋଟେଲଗୁଡ଼ିକ ଏକପ୍ରକାର ଖାଲି ପଡ଼ିଥିଲା। ଫେବ୍ରୁଆରି ମାସରେ ଏଥିରେ ସୁଧାର ଆସିଥିଲା। ଦର ବୃଦ୍ଧି ପାଇଥିଲା। କିନ୍ତୁ ଏଆଇ ସମ୍ମିଳନୀ ପରିପ୍ରେକ୍ଷୀରେ ଦର ହଠାତ୍‌ ବହୁଗୁଣିତ ହୋଇଯାଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୯ ଓ ୨୦ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ଏଆଇ ସମ୍ମିଳନୀ। ଏଭଳି ମେଗା ସମ୍ମିଳନୀ ଆୟୋଜନ କ୍ଷେତ୍ରରେ ଭାରତ ଉପରେ ବିଭିନ୍ନ ଦେଶର ନଜର ରହିଛି।

ଆହୁରି ପଢ଼ନ୍ତୁ: Tata Motors car : ରାନିପେଟରୁ ଗଡ଼ିଲା ଟାଟା ମୋଟର୍ସର କାର୍‌

ସାରା ବିଶ୍ବରୁ ପ୍ରଯୁକ୍ତି ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିଲ୍ଲୀର ନାମୀ ହୋଟେଲ ଲୀଲା ପ୍ୟାଲେସ୍‌ର ଦର ୧ ଲକ୍ଷ ୧୫ ହଜାର ଟଙ୍କା ସ୍ବଭାବିକ ସମୟରେ ଥାଏ। ଏହି ଦର ଏବେ ୧୪ ଲକ୍ଷ ୪୦ ହଜାର ଟଙ୍କାରେ ପହଞ୍ଚିଛି। ସେହିପରି ଅନ୍ୟତମ ବିଳାସପୂର୍ଣ୍ଣ ହୋଟେଲ ତାଜ୍‌ ପ୍ୟାଲେସ୍‌ର ଦର ସାଧାରଣ ଭାବେ ଫେବ୍ରୁଆରିରେ ୨ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟରେ ରହିଥାଏ। କିନ୍ତୁ ଏବେ ତାହା ୩୦ ଲକ୍ଷ ଟଙ୍କା ଛୁଇଁଛି। ଆଇଟିସି ମୌର୍ଯ୍ୟରେ ସମସ୍ତ ରୁମ୍‌ ବୁକ୍‌ ହୋଇଯାଇଥିବା ବେଳେ ଓବରୟ ଗ୍ରାହକମାନଙ୍କୁ ଅତିକମ୍‌ରେ ୨୦ ତାରିଖ ପର୍ଯ୍ୟନ୍ତ ବୁକ୍‌ କରିବା ବାଧ୍ୟତାମୂଳକ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe