୫ଜି କେତେ ସୁରକ୍ଷିତ? ମଣିଷ, ଜୀବଜଗତ ଉପରେ ଏହାର ପ୍ରଭାବ କ'ଣ?

Advertisment

କୋର୍ଟ ଗଲେ ଅଭିନେତ୍ରୀ ଜୁହି ଚାୱଲା

କୋର୍ଟ ଗଲେ ଅଭିନେତ୍ରୀ ଜୁହି ଚାୱଲା

୫ଜି କେତେ ସୁରକ୍ଷିତ? ମଣିଷ, ଜୀବଜଗତ ଉପରେ ଏହାର ପ୍ରଭାବ କ'ଣ?

Asianet Newsable

ନୂଆଦିଲ୍ଲୀ: ମଣିଷ, ପଶୁ, ପକ୍ଷୀ ଓ ଜୀବ ଜଗତ ଲାଗି ୫ଜି ସେବା କେତେ ସୁରକ୍ଷିତ? ଏହା ଏକ ଜଟିଳ ପ୍ରଶ୍ନ। ୫ଜି ସେବାର ପରୀକ୍ଷଣକୁ ବନ୍ଦ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା। ଦେଶରେ ୫ଜି ସେବା ଆରମ୍ଭ କରିବା ଲାଗି ସରକାର କଂପାନିଗୁଡ଼ିକୁ ସ୍ପେକ୍ଟ୍ରମ୍ ଜାରି କରିଛନ୍ତି। ଏଭଳି ଏକ ସମୟରେ ଜୁହିଙ୍କ ଆବେଦନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୫ଜି‌ରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍‌ ମିଳିବ। ଏହାର ଅନେକ ଲାଭ ରହିଛି। କିନ୍ତୁ ଏହି ସେବା ଯୋଗୁଁ ଯେଉଁ ବିକିରଣ ହେବ ମାନବ ସ୍ବାସ୍ଥ୍ୟ ଉପରେ ତାହାର ପ୍ରଭାବର ପୂର୍ବାନୁମାନ ବିଚାରକୁ ନେଇ ବିଭିନ୍ନ ଦେଶରେ ଏହି ସେବାକୁ ବିରୋଧ କରାଯାଉଛି। ‌କେତେକ ସ୍ଥାନରେ ଏହି ସେବାକୁ କରୋନା ଭୂତାଣୁ ସହ ମଧ୍ୟ ଯୋଡ଼ାଯାଇଛି। ଜୁହି କୋର୍ଟରେ କରିଥିବା ଆବେଦନରେ ମାନବ ସ୍ବାସ୍ଥ୍ୟ ଓ ପରିବେଶ ଉପରେ ୫ଜିର କ'ଣ ପ୍ରଭାବ ରହିବ ତାହା ଜାଣିବାକୁ ଚାହିଛନ୍ତି। ଯଦିଓ ଏହି ପ୍ରଭାବ ବିଷୟରେ କୌଣସି ଠୋସ୍‌ ପ୍ରମାଣ ନାହିଁ, କିନ୍ତୁ ଅନେକ ବୈଜ୍ଞାନିକ ଏହା ବିରୋଧରେ ଆପତ୍ତି ଉଠାଇଛନ୍ତି। ନିଜ ଆବେଦନରେ ଜୁହି କୋର୍ଟଙ୍କୁ ଜଣାଇଛନ୍ତି ଯେ ୫ଜି ସେବା ଆରମ୍ଭ ହେବା ଦ୍ବାରା ଯେଉଁ ବିକିରଣ ହେବ ତାହା ଲୋକମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ଏକ ବହୁତ ବଡ଼ ବିପଦ। ଏହି ସେବାର କାର୍ଯ୍ୟକାରିତାକୁ ‌ସେ ବିରୋଧ କରୁନାହାନ୍ତି, ମାତ୍ର ଓୟାରଲେସ୍‌ ଉପକରଣ ଓ ମୋବାଇଲ୍‌ ଟାୱାରରୁ ହେଉଥିବା ବିକିରଣକୁ ନେଇ ଚିନ୍ତିତ ଥିବା କହିଛନ୍ତି। ମାନବ, ପଶୁ ଓ ପକ୍ଷୀମାନଙ୍କ ଲାଗି ୫ଜି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସଂପୃକ୍ତ ସରକାରୀ ବିଭାଗ ଘୋଷଣା କରନ୍ତୁ ବୋଲି ଜୁହି ଦାବି କରିଛନ୍ତି।

୫ଜି ସେବା କ'ଣ? କେବେ ଆରମ୍ଭ ହେବ?
ବର୍ତ୍ତମାନ ଦେଶରେ ଲୋକମାନେ ୪ଜି ସେବା ବ୍ୟବହାର କରୁଛନ୍ତି। ଏହାର ପରବର୍ତୀ ପିଢ଼ି ହେଉଛି ୫ଜି। ଏଥିରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍ ମିଳିବ। ଏହାକୁ ବ୍ୟବହାର କରି କାର୍ ଓ ଘରକୁ ସ୍ମାର୍ଟ କରିହେବ। ଅତି ସ୍ପଷ୍ଟ ସିନେମା ମଧ୍ୟ ବିନା କୌଣସି ବାଧାରେ ଦେଖିହେବ। ଏହା ବ୍ୟତୀତ ଆହୁରି ବହୁତ କିଛି କାମ ଏହା ଦ୍ବାରା ହୋଇପାରିବ। ୫ଜି ସେବାର ପରୀକ୍ଷଣ ଲାଗି ଏୟାରଟେଲ୍, ଜିଓ ଓ ଭୋଡା‌ଫୋନ୍ ଆଇଡିଆକୁ ସରକାର ସ୍ପେକ୍ଟ୍ରମ୍ ଆବଣ୍ଟନ କରିଛନ୍ତି। ପରୀକ୍ଷଣ ଶେଷ ହେବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ୫ଜି ବ୍ୟାଣ୍ଡ୍ ଉପଲବ୍ଧ ହେବ। ୨୦୨୨ରେ ଏହି ସେବା ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ସ୍ବାସ୍ଥ୍ୟ ପ୍ରତି ହାନିକାରକ କି?
ଏହା ଦାବି କରାଯାଉଛି ଯେ ଶକ୍ତିଶାଳୀ ୫ଜି ତରଙ୍ଗ ଯୋଗୁଁ ଅଧିକ ବିକିରଣ ହେବ ଯାହା ମାନବ ସମାଜ ଓ ଅନ୍ୟ ଜୀବଜନ୍ତୁଙ୍କ ଲାଗି କ୍ଷତିକାରକ। ଉତ୍ତମ ସେବା ଲାଗି ଅଧିକ ୫ଜି ଟାୱାର ଦରକାର। ଯେହେତୁ ଏହା ସ୍ମାର୍ଟଫୋନ୍‌କୁ ଅଧିକ ଶକ୍ତିଶାଳୀ କରିବ ତେଣୁ ମାନବ ସମାଜ ଉପରେ ଏହାର ବଡ଼ ଧରଣର ପ୍ରଭାବ ରହିବ। ‌ସେଲ୍ୟୁଲାର ଟାୱାରରୁ ହେଉଥିବା ବିକିରଣ ଆମ ଶରୀର ପାଇଁ ହାନିକାରକ। କିନ୍ତୁ ମୋବାଇଲ ଫୋନ୍, ୱାଇ-ଫାଇ ରାଉଟର ଆଦିରୁୁ ହେଉଥିବା ବିକିରଣ ରେଡିଓ ତରଙ୍ଗ ଭଳି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍‌ସର୍‌ (ଆଇଏଆର୍‌ସି) ପକ୍ଷରୁ ଏହି ବିକିରଣକୁ କ୍ୟାନସର୍‌ର ସମ୍ଭାବ୍ୟ କାରଣ ବର୍ଗରେ ରଖାଯାଇଛି। କିନ୍ତୁ ଏହା ମଧ୍ୟ କୁହାଯାଉଛି ଯେ ଏହି ପ୍ରସଙ୍ଗରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏଥିରେ କୌଣସି ଦ୍ବିଧା ନାହିଁ ଯେ ଆୟନ ଭିତ୍ତିକ ବିକିରଣ ଆମ କୋଷଗୁଡ଼ିକୁ ଉତ୍ତପ୍ତ କରିଥାଏ ଯାହା କ୍ୟାନସର୍‌ର ଏକ କାରଣ। ଏହି ତତ୍ତ୍ବ ସିଟି ସ୍ମାନ୍ ଓ ଏକ୍ସ-ରେ ମେସିନ୍‌ରୁ ହେଉଥିବା ବିକିରଣ ପାଇଁ ମଧ୍ୟ ଲାଗୁ ହୋଇଛି। ତେଣୁ ପ୍ରତିଟି ସ୍ବାସ୍ଥ୍ୟ ସମସ୍ୟା ପାଇଁ ସିଟି-ସ୍କାନ୍ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି ନାହିଁ। ଓୟାରଲେସ୍ ପ୍ରଯୁକ୍ତିରୁ ହେଉଥିବା ବିକିରଣର ପ୍ରଭାବ ମାନବ ଶରୀର ଉପରେ ଏତେଟା ନାହିଁ ବୋଲି ଡବ୍ଲୁଏଚ୍‌ଓ ଜଣାଇଛି। କିନ୍ତୁ ୫ଜି ପ୍ରଯୁକ୍ତିର ପ୍ରଭାବକୁ ନେଇ ଏହା ଏକ ବୃହତ ଅନୁଶୀଳନ କରୁଛି ଯାହାର ରିପୋର୍ଟ ୨୦୨୨ରେ ପ୍ରକାଶ ପାଇବ। ୨୦୧୭ରେ ୩୯ଟି ଦେଶର ୧୯୦ରୁ ଅଧିକ ବୈଜ୍ଞାନିକ ଡବ୍ଲୁଏଚ୍‌ଓକୁ ଓ ଜାତିସଂଘକୁ ଚିଠି ଲେଖି ଓୟାରଲେସ୍‌ ବିିକିରଣ ବିଷୟରେ ସତର୍କ କରାଇଥିଲେ।

ପରିବେଶ ଉପରେ ପ୍ରଭାବ କ'ଣ?
ମୋବାଇଲ୍ ଟାୱାରରୁ ହେଉଥିବା ବିକିରଣର ପରିବେଶ ଉପରେ ପ୍ରଭାବ ରହିଛି। ଭାରତରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ମୋବାଇଲ୍ ଫୋନ୍ ଟାୱାର ବିକିରଣ ଯୋଗୁଁ ମହୁମାଛି ଉଭାନ୍ ହୋଇଯାଉଛନ୍ତି। ମୋବାଇଲ୍ ଟାୱାରରୁ ହେଉଥିବା ବିଦ୍ୟୁତଚୁମ୍ବକୀୟ ବିକରଣ ଯୋଗୁଁ ମହୁମାଛି ସର୍ବାଧିକ ପ୍ରଭାବିତ ହେଉଛନ୍ତି। କିନ୍ତୁ ଆଉ ଏକ ସର୍ବେକ୍ଷଣରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଅଧିକ ଗବେଷଣା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe