ଏହି ସବୁ ଜିନିଷରୁ ଜାଣନ୍ତୁ ହ୍ୟାକର୍ସଙ୍କ କବଳରୁ ଆପଣଙ୍କ ଫୋନ୍‌ ସୁରକ୍ଷିତ କି ନୁହେଁ

Advertisment
ଏହି ସବୁ ଜିନିଷରୁ ଜାଣନ୍ତୁ ହ୍ୟାକର୍ସଙ୍କ କବଳରୁ ଆପଣଙ୍କ ଫୋନ୍‌ ସୁରକ୍ଷିତ କି ନୁହେଁ

ନୂଆଦିଲ୍ଳୀ: ହ୍ୟାକିଂ ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଇଣ୍ଟର୍‌ନେଟ୍‌ ଯୁଗରେ ଆମେ ଯେତିକି ସୁବିଧା ପାଉଛେ, ସେତିକି ଅସୁବିଧାର ବି ସମ୍ମୁଖୀନ ହେଉଛେ। ପ୍ରତିଦିନ ଆପଣ କାହାର ଫେସ୍‌ବୁକ୍‌, ଇନ୍‌ଷ୍ଟା କିମ୍ବା ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହେଉଛି ବୋଲି ଖବର ଶୁଣିବାକୁ ପାଉଥିବେ। ବିଶେଷ କରି ସେଲିବ୍ରିଟିମାନଙ୍କ ଆକାଉଣ୍ଟ୍‌କୁ ହ୍ୟାକର୍ସମାନେ ବେଶି ଟାର୍ଗେଟ କରିଥାନ୍ତି। ତା’ମାନେ ନୁହେଁ ଯେ ସାଧାରଣ ଲୋକ ବିପଦମୁକ୍ତ। ସାଧାରଣ ଲୋକଙ୍କର ବି ସୋସିଆଲ୍‌ ମିଡିଆରୁ ନେଇ ସ୍ମାର୍ଟଫୋନ୍‌ ହ୍ୟାକ ହେଉଥିବା ଉଦାହରଣ ରହିଛି।

ତେବେ ଆପଣଙ୍କ ସ୍ମାର୍ଟଫୋନ୍‌ ହ୍ୟାକ୍‌ ହୋଇଛି କି ନାହିଁ ତାହା ଆପଣ କିପରି ଜାଣିବେ? ତାହାର ବି ସୁବିଧା ବାଟ ଅଛି। କେତୋଟି କଥାରୁ ଆପଣ ନିଜ ସ୍ମାର୍ଟଫୋନ୍‌ ହ୍ୟାକ୍‌ ହୋଇଛି କି ନାହିଁ ଜାଣିପାରିବେ।

ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରି ଖୁବ୍ ଶୀଘ୍ର ଶେଷ ହୋଇଯାଉଛି ତ ଆପଣଙ୍କ ଫୋନ୍‌ ହ୍ୟାକ୍‌ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇପାରେ। ବିଶେଷ କରି କୌଣସି ହ୍ୟାକିଂ ସଫ୍ଟୱେୟାର କିମ୍ବା ମାଲୱେୟାର୍‌ର ଉପସ୍ଥିତି ଯୋଗୁଁ ହିଁ ଏପରି ହୋଇଥାଏ। ଆପଣ ସେଟିଂରେ ବ୍ୟାଟେରି ୟୁଜେସ୍‌କୁ ଯାଇ ଆପଣ ବ୍ୟାଟେରି କେଉଁଥିରେ ଅଧିକ ଖର୍ଚ୍ଚ ହେଉଛି ଦେଖିପାରିବେ।

ଯଦି ଆପଣଙ୍କ ଫୋନ୍‌ରେ କୌଣସି ଅଜଣା ଆପ୍‌ ଦୃଶ୍ୟମାନ ହେଉଛି ତ ତାହାକୁ ଖୁବ୍ ଶୀଘ୍ର ଡିଲିଟ୍‌ କରିଦିଅନ୍ତୁ। ଆପଣଙ୍କ ଫୋନ୍‌ରେ କିଛି ନୂଆ ଆପ୍‌ ଅଛି କି ନାହିଁ ତାହା ଆପଣ ଅଲ୍‌ ଆପ୍‌ସରେ ଯାଇ ଦେଖିପାରିବେ।

ଯଦି ଆପଣଙ୍କ ଫୋନ୍‌ ଅଧିକ ଡାଟା ବ୍ୟବହାର କରୁଛି ତ ତାହା ବି ଚିନ୍ତା କରିବାର ବିଷୟ। ଆପଣ ନିଜ ଫୋନ୍‌ର ଡାଟା ଖର୍ଚ୍ଚର ଯାଞ୍ଚ୍‌ କରନ୍ତୁ। ଫୋନ୍‌ ବାରମ୍ବାର ହ୍ୟାଙ୍ଗ୍‌ ହେବା ବି ହ୍ୟାକିଂ ଏକ କାରଣ ‌ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe