ବର୍ତ୍ତମାନ ଇଣ୍ଟରନେଟରେ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଦେଖିବାକୁ ମିଳୁଛି। ତେବେ, ଆପଣ ଯଦି ଏହି ସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି ତେବେ ନିର୍ଦ୍ଦିଷ୍ଟ କେତେକ କୌଶଳ ଆପଣାନ୍ତୁ। ସେଥିମଧ୍ୟରୁ ନିରାପଦ ପାସଓ୍ଵାର୍ଡ ଚୟନ ଅନ୍ୟତମ। ତାହାଲେ ଆସନ୍ତୁ ଜାଣିବା କେମିତି ଦେବେ ସୁରକ୍ଷିତ ପାସ୍ଓ୍ଵାର୍ଡ।
-ଏମିତି ପାସଓ୍ଵାର୍ଡ ଦିଅନ୍ତୁ ଯେମିତି ସହଜରେ ଆପଣ ମନେ ରଖିପାରିବେ। ବାରମ୍ବାର ଭୁଲ୍ ପାସ୍ଓ୍ଵାର୍ଡ ଦେବା ଦ୍ୱାରା ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
-ଅତି ସାଧାରଣ ପାସ୍ଓ୍ଵାର୍ଡ ଦିଅନ୍ତୁ ନାହିଁ। ଏମିତି ପାସଓ୍ଵାର୍ଡ ଦିଅନ୍ତୁ ନାହିଁ, ଯାହା ଅନ୍ୟ କେହି ଅନୁମାନ କରି ସହଜରେ ଖୋଲି ଦେଇପାରିବେ।
-ଅଧିକାଂଶ ଲୋକେ ଖବ୍ କ୍ଷୁଦ୍ର ପାସ୍ଓ୍ଵାର୍ଡ ଦେଇଥାନ୍ତି। ମାତ୍ର ମନେ ରଖନ୍ତୁ, କ୍ଷୁଦ୍ର ପାସ୍ଓ୍ଵାର୍ଡ ଦେଇଥିଲେ ଅନ୍ୟମାନେ ସହଜରେ ଅନୁମାନ ଲଗାଇ ପାରିବେ। ଅତି କମ୍ରେ ୧୨ଟି ଅକ୍ଷର ଓ ସଂଖ୍ୟାର ପାସ୍ଓ୍ଵାର୍ଡ ଦେବାକୁ ଚେଷ୍ଟା କରନ୍ତୁ।
-ପାସ୍ଓ୍ଵାର୍ଡ ଦେବା ବେଳେ କ୍ୟାପିଟାଲ୍ ଓ ସ୍ମଲ୍ ଲେଟର୍ ମିଶାଇକରି ଦିଅନ୍ତୁ। ମଝିରେ ପାରୁଛନ୍ତି ଯଦି ସ୍ପେସାଲ୍ କ୍ୟାରେକ୍ଟର ଦେଲେ ଖୁବ୍ ଭଲ।
-ପାସ୍ଓ୍ଵାର୍ଡର ଷ୍ଟ୍ରେନ୍ଥ ଚେକ୍ କରନ୍ତୁ। ଷ୍ଟ୍ରଙ୍ଗ୍ ଷ୍ଟ୍ରେନ୍ଥର ପାସ୍ଓ୍ଵାର୍ଡ ଦିଅନ୍ତୁ। ପ୍ରଥମେ ଅକ୍ଷର ତାପରେ ସଂଖ୍ୟା ଓ ତା’ପରେ ଅକ୍ଷର ଏହରି କ୍ରମରେ ପାସ୍ଓ୍ଵାର୍ଡ ଦିଅନ୍ତୁ।
Follow Us