ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ରିଲ ଦେଖିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି। କିନ୍ତୁ ବେଳେ ବେଳେ ଆମେ ଇନଷ୍ଟାଗ୍ରାମରେ ଗୋଟିଏ ଭଲ ରିଲ୍ ଦେଖୁଥିବା ବେଳେ କୌଣସି କାରଣ ବଶତଃ ସେହି ରିଲଟି ଫୋନରୁ ଚାଲିଯାଇଥାଏ। ଏବଂ ଯେତେ ଖୋଜିଲେ ମଧ୍ୟ ଉପଭୋକ୍ତା ସେହି ରିଲ କୁ ଫେରି ପାଇ ନଥାନ୍ତି । ତେବେ କିପରି ଆପଣ ନିଜ ଦେଖୁଥିବା ରିଲକୁ ଫେରି ପାଇବେ ଆସନ୍ତୁ ଜାଣିବା ।
ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନନ୍ଦିନ ଜୀବନରେ ସମସ୍ତେ ସହଜରେ ନିଜ କାମ କରିବା ପାଇଁ ସୋସିଆଲ ମିଡିଆ ଉପରେ ନିର୍ଭର କରୁଛନ୍ତି । ସେହିପରି ରିଲ୍ ଦେଖିବା ବା ରିଲ୍ କରିବା, ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି। ରିଲ୍ ମାଧ୍ୟମରେ ଅନେକ ଇନଷ୍ଟାଗ୍ରାମ ଉପଭୋକ୍ତା ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ପାଉଛନ୍ତି । କେବଳ ଏତିକି ନୁହେଁ ଏହି ରିଲ ଏବେ ରୋଜଗାରର ଏକ ମାଧ୍ୟମରେ ପରିଣତ ହୋଇଛି। ଦୈନନ୍ଦିନ ଜୀବନର ବ୍ୟସ୍ତବହୁଳ କାମରୁ ଟିକିଏ ସମୟ ମିଳିଲେ ସମସ୍ତେ ଇନଷ୍ଟାଗ୍ରାମରେ ରିଲ ଦେଖିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବେଳେବେଳେ ଆପଣ ଫୋନରେ ରିଲ ଦେଖୁଥିବା ବେଳେ କିଛି ସମୟ ଏହାକୁ ଦେଖିବା ପରେ ଫୋନର କିଛି ତ୍ରୃଟି ହେଉ କି ଆପଣଙ୍କ ହାତ ବାଜି, ଏହା ଆପଣଙ୍କ ଫୋନରୁ ଚାଲିଯାଇଥାଏ । ଏବଂ ଯେତେ ଚେଷ୍ଟା କଲେ ବି ଆପଣଙ୍କୁ ସେହି ରିଲ୍ ମିଳେ ନାହିଁ । ହେଲେ ଏବେ ସହଜରେ ଆପଣ ପୁଣି ଥରେ ସେହି ରିଲ୍କୁ ପାଇପାରିବେ।
ପ୍ରଥମ ଉପାୟ
ଯଦି ଆପଣ ରିଲ ଦେଖିବା ସମୟରେ ଏହାକୁ ଲାଇକ୍ କରିଥିବେ ତେବେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ। ନିଜର ହଜିଯାଇଥିବା ରିଲକୁ ଫେରି ପାଇବାକୁ ହେଲେ ପ୍ରଥମେ ଇନଷ୍ଟାଗ୍ରାମରେ ଥିବା ୩ଟି ବିନ୍ଦୁକୁ କ୍ଲିକ୍ କରି Activity ବିକଳ୍ପକୁ ଯାଆନ୍ତୁ। ଏହାପରେ Activity ଅପସନ ଭିତରେ ଥିବା Likes ସେକ୍ସନକୁ ଯାଆନ୍ତୁ । ସେଠାରେ ଆପଣ ସେ ସବୁ ରିଲ ବା ପୋଷ୍ଟ ଦେଖିବାକୁ ପାଇବେ ଯାହାକୁ ଆପଣ ଲାଇକ କରିଥିବେ।
ଦ୍ବିତୀୟ ଉପାୟ
କେତେକ ଉପଭୋକ୍ତାଙ୍କୁ Your Activityରେ Watch Historyର ବିକଳ୍ପ ମିଳିଥାଏ। ଏହା ଦ୍ବାରା ରିଲ୍ ଖୋଜିବା ସହଜ ହୋଇଯାଏ। ଏଥିପାଇଁ ପ୍ରଥମେ ସେଟିଙ୍ଗ ଆଣ୍ଡ ଆକ୍ଟିଭିଟି ଅପସନକୁ ଯାଆନ୍ତୁ। ଏହା ପରେ ଭିତରେ ଥିବା Your Activity ଅପସନକୁ ଯାଇ Watch History ଖୋଜନ୍ତୁ। Watch History ମିଳିଯିବା ପରେ ଆପଣ ଯାହା ଯାହା ରିଲ୍ ଦେଖିଥିବେ ଆପଣଙ୍କୁ ମିଳିଯିବ।
ତୃତୀୟ ଉପାୟ
ଯଦି ଆପଣ ରିଲକୁ ଲାଇକ କରିନାହାନ୍ତି ତେବେ ବି ଆପଣ ଆପଣ ରିଲକୁ ପୁଣି ଥରେ ପାଇପାରିବେ। ଇନଷ୍ଟାଗ୍ରାମରେ Saved ନାମରେ ଆଉ ଏକ ବିକଳ୍ପ ଉପଲବ୍ଧ ରହିଥାଏ। ହଜିଯାଇଥିବା ରିଲ୍କୁ ଖୋଜିବା ପାଇଁ ପ୍ରଥମେ ପ୍ରୋଫାଇଲ ମେନୁରେ ଥିବା Saved ଅପସନକୁ ଯାଆନ୍ତୁ। ଅନେକ ସମୟରେ ସେଠାରେ ଆପଣଙ୍କ ହଜିଥିବା ରିଲ ପୁଣି ଥରେ ଦେଖିବାକୁ ମିଳିଥାଏ ।
ଚତୁର୍ଥ ଉପାୟ
ଯଦି ଆପଣ କମେଡି, ଟେକନୋଲୋଜି, ରେସିପି କିମ୍ବା ଯାତ୍ରା ସମ୍ବନ୍ଧୀୟ ରିଲ୍ ଖୋଜୁଛନ୍ତି, ତେବେ ସର୍ଚ୍ଚ ବାରରେ ସେହି ସମ୍ବନ୍ଧିତ ଶବ୍ଦ ଲେଖନ୍ତୁ, ଯାହାଦ୍ବାରା ଇନଷ୍ଟାଗ୍ରାମ ଆପଣଙ୍କର Watch History ଯାଞ୍ଚ କରି ସମାନ ରିଲ୍ଗୁଡ଼ିକୁ ପୁଣିଥରେ ଦେଖାଇବ। ଅନେକ ସମୟରେ କିଛି ସ୍କ୍ରୋଲ୍ ପରେ ସମାନ ରିଲ୍ ପୁଣି ଦେଖାଯାଇଥାଏ। ଏହାଛଡା ଯଦି ଆପଣ ରିଲ୍ର ଗୀତ ମନେ ରଖିଛନ୍ତି ତେବେ ଏହି ଗୀତକୁ ସର୍ଚ୍ଚ କରନ୍ତୁ। ଯଦି ରିଲ୍ ଲୋକପ୍ରିୟ ହୋଇଥିବ, ତେବେ ଆପଣ ଅଡିଓ ପୃଷ୍ଠାକୁ ଯାଇ ସମ୍ବନ୍ଧିତ ରିଲକୁ ପୁଣିଥରେ ଦେଖିପାରିବେ।
ଆହୁରି ପଢ଼ନ୍ତୁ: Man Steals Policeman Bike: ଥାନା ଭିତରେ ପଶି ଚୋର କଲା ଚୋରି, ସିସିଟିଭି ଫୁଟେଜରୁ ଜଣାପଡିଲା ସତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/09/missed-reel-2026-01-09-17-29-47.jpg)