ନୂଆଦିଲ୍ଲୀ: ଆଜିକାଲି ଚୋରମାନଙ୍କ ପ୍ରାଦୃଭାବ ଧୀରେ ଧୀରେ ବଢିବାରେ ଲାଗିଛି। ନିଜ ଜିନିଷ ଉପରୁ ସାମାନ୍ୟ ନଜର ହଟିଲେ ଚୋରମାନେ ବୁଲାଉଛନ୍ତି କଳାକନା। ଆଗରୁ ଚୋରମାନେ ସାଧାରଣ ଲୋକଙ୍କ ଜିନିଷପତ୍ର ଚୋରି କରୁଥିବା ବେଳେ, ଏବେ କିନ୍ତୁ ସେହି ତାଲିକାରେ ଯୋଡି ହୋଇଛନ୍ତି ପୁଲିସ। ସବୁବେଳେ ଲୋକଙ୍କ ସୁରକ୍ଷା ପାଇଁ ତତ୍ପର ରହିଥାଆନ୍ତି ପୁଲିସ। ସମସ୍ତଙ୍କ ଜିନିଷର ତଦାରଖ କରିବା ସହ ଚୋରକୁ ଧରିଥାନ୍ତି ପୁଲିସ ବାବୁ। ହେଲେ ଏବେ ଚୋର ପୁଲିସକୁ ବି ଛାଡ଼ିନଥିବା ଜଣାଯାଇଛି। ସମସ୍ତଙ୍କ ଆଖିଆଗରେ ଥାନା ଭିତରେ ପଶି ଚୋର କରିଛି ବାଇକ ଚୋରି। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା କେରଳର ରାଜଧାନୀ ତିରୁବନନ୍ତପୁରମରେ ଘଟିଥିବା ଜଣାପଡିଛି।
ଏତଲା ଦେବାକୁ ଆସି ବାଇକ୍ ଚୋରି କରିନେଲେ
ଗୁରୁବାର ଦ୍ବିପହରରେ ଜଣେ ଯୁବକ ନିଜର ଅଭିଯୋଗ ନେଇ ଥାନାରେ ଏତଲା ଦାୟର କରିବାକୁ ଆସିଥିଲେ। କିନ୍ତୁ ଥାନାରୁ ବାହାରିବା ବେଳେ ତାଙ୍କର ଆଖି ପଡିଥିଲା କାର୍ଯ୍ୟାଳୟ ବାହାରେ ଥିବା ବାଇକ ଉପରେ। କିଛି ସମୟ ଅପେକ୍ଷା କରି ଆଖପାଖ ଦେଖି ସେ ବାଇକକୁ ଚୋରି କରିନେଇଥିଲେ ।
ପୁଲିସର ଗତିବିଧି ଉପରେ ନଜର ରଖିଥିଲା ଚୋର
ଅଧିକାରୀଙ୍କ ମୁତାବକ, ତିରୁବନନ୍ତପୁରମର ନିବାସୀ ଅମଲ ସୁରେଶ ଗତ ଗୁରୁବାର ଦିନ ନିଜ ପିତାଙ୍କ ବିରୋଧରେ ଏତଲା ଦାୟର କରିବା ପାଇଁ ସିଟି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ସମୟରେ ଡ୍ୟୁଟିକୁ ଆସିଥିଲେ ଜଣେ ପୁଲିସ କର୍ମଚାରୀ। ସେ ନିଜ ବାଇକକୁ କମିଶନରଙ୍କ ଅଫିସ ବାହାରେ ପାର୍କ କରି ଭିତରକୁ ଚାଲିଯାଇଥିଲେ। ହେଲେ ଗାଡ଼ି ଉପରେ ତାଙ୍କ ବ୍ୟାଗ୍ ରହିଯାଇଥିଲା । ବ୍ୟାଗ୍ ଭିତରେ ଥିଲା ଗାଡ଼ିର ଚାବି ଓ ଜରୁରୀ ଦସ୍ତାବିଜ୍। ଏହାକୁ ଦୂରରେ ଥାଇ ଦେଖୁଥିଲା ଅମଲ । ପରେ କେହି ନଥିବା ଦେଖି ସେ ବ୍ୟାଗରୁ ଚାବି କାଢ଼ି ବାଇକ୍ ଚୋରି କରିନେଇଥିଲା।
ଏତଲା ନରଖିବାରୁ ରାଗରେ ଗାଡ଼ି ଚୋରି କରିଥିଲା ଚୋର
କୁହାଯାଉଛି ଯେ, ଅମଲ ସୁରେଶ ତାଙ୍କ ପିତାଙ୍କ ବିରୋଧରେ ଏତଲା ଦାୟର କରିବା ପାଇଁ ସିଟି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ହେଲେ ତାଙ୍କର ଏତଲା ରଖାଯାଇନଥିଲା। ଏହି ରାଗରେ ସେ ଗାଡ଼ି ଚୋରି କରିନେଇଥିଲେ।
ସିସିଟିଭି ଯାଞ୍ଚ କରି ଚୋରକୁ ଧରିଲା ପୁଲିସ
ପାଖାପାଖି ଦୁଇଘଣ୍ଟା ପରେ ଗାଡ଼ି ଚୋରି ହୋଇଥିବା ଜାଣିଥିଲେ ପୁଲିସକର୍ମୀ । ଏହା ପରେ ସେ ଥାନା ପରିସରର ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଦେଖିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅମଲର କାରନାମା ଜଣାପଡ଼ିଥିଲା। ସେ ବାଇକ୍ ଚୋରି କରିଥିବା ଜାଣି ପୁଲିସ ତାକୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି। ତଦନ୍ତ ପରେ ଜଣାପଡ଼ିଲା ଯେ, ଅମଲ ନାରେ ଆଗରୁ ମଧ୍ୟ ଅନେକ ଚୋରି ଅଭିଯୋଗ ରହିଛି।
ଆହୁରି ପଢ଼ନ୍ତୁ: Man Jumps From Saket Court Building: କାମର ଚାପ ସହିନପାରି ଜୀବନ ହାରିଲେ ଦିବ୍ୟାଙ୍ଗ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/09/thief-2026-01-09-16-27-28.jpg)