ଏହି ସବୁ କୌଶଳ ଅବଲମ୍ବନ କଲେ ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ଶେଷ ହେବ ନାହିଁ

Advertisment
ଏହି ସବୁ କୌଶଳ ଅବଲମ୍ବନ କଲେ ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ଶେଷ ହେବ ନାହିଁ

ସ୍ମାର୍ଟଫୋନ୍‌ର ବ୍ୟାଟେରି ହେଉଛି ଏକ ବିରାଟ ଅସୁବିଧା। ସାଧାରଣ ଫୋନ୍‌ ଅପେକ୍ଷା ଏହି ଫୋନ୍‌ର ବ୍ୟାଟେରି ଜଲ୍‌ଦି ଶେଷ ହୋଇ ଯାଇଥାଏ। ଏହାର ବ୍ୟବବହାର ଯେତେହୁ ଅଧିକ ବ୍ୟାଟେରି ଶୀଘ୍ର ସରିବା ବି ସ୍ୱାଭାବିକ କଥା। ତେବେ ଚାଲନ୍ତୁ ଜାଣନ୍ତୁ ଜାଣିବା କେଉଁ ସବୁ ଉପାୟ ଆପଣେଇ ଆମେ ଆମର ସ୍ମାର୍ଟଫୋନ୍‌ ବ୍ୟାଟେରିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଞ୍ଚୟ କରି ରଖିପାରିବା।

ସ୍କ୍ରିନ ଯେତେ ଲାଇଟିଂ କରି ରଖିବେ ସ୍ମାର୍ଟଫୋନ୍‌ରୁ ବ୍ୟାଟେରି ସେତେ ଶୀଘ୍ର ଶେଷ ହୋଇଯିବ। ଫୋନ୍‌ରେ କାର୍ଯ୍ୟ ନଥିବା ବେଳେ ସ୍କ୍ରିନ୍‌ର ବ୍ରାଇଟ୍‌ନେସ୍‌ କମ୍‌ କରି ରଖନ୍ତୁ।

publive-image

ଇଣ୍ଟର୍‌ନେଟ୍‌ ଅନ୍‌ କରି ରଖିବା ଦ୍ୱାରା ଡାଟା ଚାର୍ଜ ସରିବା ସହ ବ୍ୟାଟେରି ବି ସରିଥାଏ। ଇଣ୍ଟର୍‌ନେଟ୍‌ରେ କାମ ନଥିଲେ ଡାଟା ଅଫ୍‌ କରିଦିଅନ୍ତୁ।

ସ୍କ୍ରିନ୍‌ ସେଭର୍‌ରେ ସବୁବେଳେ ସାଧାରଣ ଫଟୋ ସେଭ୍‌ କରନ୍ତୁ। କୌଣସି ଚଳନ୍ତି ଫଟୋ ସେଭ୍‌ କରନ୍ତୁ ନାହିଁ। ସେହି ଫଟୋଗୁଡ଼ିକ ଖୁବ୍‌ ବ୍ୟାଟରି ସରାଇଥାଏ।

ଅନାବଶ୍ୟକ ଆପ୍‌ଗୁଡ଼ିକୁ ଫୋନ୍‌ ଉପରେ ରଖନ୍ତୁ ନାହିଁ। କେତେକ ଆପ୍‌ ମଧ୍ୟ ବ୍ୟାଟେରି ଶେଷର କାରଣ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe