ଏଚ୍‌ପିର ନୂଆ ଗେମିଂ ଲାପ୍‌ଟପ୍‌

Advertisment
ଏଚ୍‌ପିର ନୂଆ ଗେମିଂ ଲାପ୍‌ଟପ୍‌

ଭୁବନେଶ୍ୱର: ଏଚ୍‌ପି ପକ୍ଷରୁ ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ ପ୍ରଯୁକ୍ତିଯୁକ୍ତ ଗେମିଂ ଲାପ୍‌ଟପ୍‌ର ବଜାର ପ୍ରବେଶ କରାଯାଇଛି। ଏଏଚ୍‌ପି ପାଭିଲିଅନ ଗେମିଂ ଲାପଟପ୍‌ ୧୫ ନାମରେ ଏହା ଆସିଛି। ଆଜି ଅପରାହ୍ନରେ ବାପୁଜୀ ନଗରସ୍ଥିତ ଏଚ୍‌ପି ଓ୍ଵାର୍ଲଡ ପରିସରରେ ଏହାର ଉନ୍ମୋଚନ କରାଯାଇଛି। ଗେମିିଂ ପ୍ରିୟ ବ୍ୟକ୍ତିମାନଙ୍କୁ ଏହି ଲାପଟପ୍‌ ଅନନ୍ୟ ଅନୁଭତି ପ୍ରଦାନ କରିବ ବୋଲି ନୂଆ ଲାପ୍‌ଟପ୍‌ର ବଜାର ପ୍ରବେଶ ଅବସରରେ କମ୍ପାନିର ଏରିଆ ସେଲ୍‌ସ ମ୍ୟାନେଜର ଦୀନେଶ ତରାଇ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଭେକ୍ସ ଟେକ୍ନୋଲୋଜିଜ୍‌, ଓଡ଼ିଶାର ଶାଖା ପରିଚାଳକ ସୁଜିତ ଦାସ ଏବଂ ଏଚ୍‌ପି ଓ୍ଵାର୍ଲଡର ତତ୍ତ୍ୱାବଧାୟକ ଶକ୍ତି ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଲାପ୍‌ଟପ୍‌ର ମୂଲ୍ୟ ୭୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକଙ୍କ ପାଇଁ ଏଚ୍‌ପି ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ପ୍ରଦାନ କରାଯାଉଛି ବୋଲି ଏହି ଅବସରରେ ଅଧିକାରୀମାନେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe