ଲକ୍‌ଡାଉନ୍‌ରେ ଚାଟ୍‌କୁ ମଜାଦାର୍‌ କରିବାକୁ ହ୍ବାଟ୍‌ସଆପ୍‌ ଲଞ୍ଚ୍‌ କଲା ’ଟୁଗେଦର୍‌ ଆଟ୍‌ ହୋମ୍‌’ ଷ୍ଟିକରିଂ ପ୍ୟାକ୍‌

Advertisment
ଚଳିତ ମାସ ଶେଷ ସୁଦ୍ଧା ହ୍ୱାଟ୍ସଆପର ଡିଜିଟାଲ ପେମେଣ୍ଟ ସେବା ହ୍ୱାଟ୍ସଆପପେ ଆରମ୍ଭ ହେବ

ABPLIVE

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ସବୁବେଳେ ନିଜ ସହ ଯୋଡ଼ି ରଖିବା ପାଇଁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ କିଛି ଦିନ ଅନ୍ତରରେ କିଛି ନା କିଛି ପରିବର୍ତ୍ତନ ନିଶ୍ଚୟ ଆଣୁଥାଏ। ଆପ୍‌କୁ ଆହୁରି ମଜାଦାର୍‌ କରିବା ପାଇଁ ପୂର୍ବରୁ ମଧ୍ୟ କମ୍ପାନି ପକ୍ଷରୁ ଗୁଡ଼ାଏ ପରିବର୍ତ୍ତନ କରାଯାଇଛି।

ଏହି ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କ ମନୋରଞ୍ଜନ ସକାଶେ କମ୍ପାନି କିଛି ନୂଆ ଷ୍ଟିକର ଲଞ୍ଚ୍‌ କରିଛି। ହ୍ବାଟ୍‌ସଆପ୍‌ ଏହି ଷ୍ଟିକର୍‌ ପ୍ୟାକ୍‌ର ନାମ ଦେଇଛି ‘ଟୁଗେଦର୍‌ ଆଟ ହୋମ୍‌’। ହ୍ବାଟ୍‌ସଆପ୍ ଏଥିରେ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ୍‌(ଡବ୍ଲୁଏଚ୍‌ଓ)କୁ ପାର୍ଟନର୍‌ ବନାଇଛି। ଏହି ନୂଆ ଷ୍ଟିକ୍‌ ପ୍ୟାକ୍‌ ଉଭୟ ହିନ୍ଦୀ ଓ ଇଂରାଜୀରେ ଉପଲବ୍ଧ।

ଚାଟ୍‌କୁ ଆହୁରି ମଜାଦାର୍‌ କରିବା ପାଇଁ ହ୍ବ‌ାଟ୍‌ସଆପ୍‌ ଲଞ୍ଚ୍‌ କରିଥିବା କିଛି ଷ୍ଟିକର୍ସ ଜରିଆରେ ଆପଣ ନିଜ ନିଜର ଭାବନା ଓ ମୁହୂର୍ତ୍ତକୁ ସାମ୍ନା ଲୋକ ସହ ବାଣ୍ଟି ପାରିବେ। ଏ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ କରୋନା ହେତୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଷ୍ଟିକର୍‌ ଦ୍ବାରା ଆପଣ ଚାଟିଂ କରୁଥିବା ଲୋକକୁ କିଛି ପରିମାଣରେ ଜାଗ୍ରତ ମଧ୍ୟ କରାଇପାରିବେ।

ୱାସ୍‌ ୟ୍ୟୁର୍‌ ହ୍ୟାଣ୍ଡ୍‌, ମେଣ୍ଟନ୍‌ ଡିଷ୍ଟାନ୍ସ ଆଦି ଏହି ଷ୍ଟିକର୍‌ରେ ଲେଖାଯାଇଛି। ଏହି ‘ଟୁଗେଦର୍‌ ଆଟ୍‌ ହୋମ୍‌’ ପ୍ୟାକ୍‌କୁ ସମୁଦାୟ ୧୦ଟି ଭାଷାରେ ଲଞ୍ଚ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe