ପ୍ରବଳ ବର୍ଷାରେ ନାଳ ପାଣିରେ ଭାସିଗଲା ଡେଲିଭରି ବଏଙ୍କ ଫୋନ, କ୍ଷତିଗ୍ରସ୍ତ ହେଲା ବାଇକ

ଜୋମାଟୋର ଅର୍ଡର ବିତରଣ କରିବା ପାଇଁ ବାହାରିଥିବା ସମୟରେ ଡେଲିଭରି ବଏ ସୟଦ ଫରହାନ ଏକ ଖୋଲା ଡ୍ରେନରେ ପଡ଼ିଯାଇଥିଲେ। ଫଳରେ ଡ୍ରେନ ପାଣିରେ ତାଙ୍କ ମୋବାଇଲ୍ ଫୋନ୍ ଭାସି ଯାଇଥିଲା ଏବଂ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। 

New Project (22)

ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରବଳ ବର୍ଷା ହେତୁ ଚାରିଆଡେ ପାଣି ଭରି ରହିଛି। ଏଭଳି ପରିସ୍ଥିତିରେ ଜଣେ ଖାଦ୍ୟ ବିତରଣ କର୍ମଚାରୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ଲୋକେ କମ୍ପାନିଗୁଡ଼ିକର କାର୍ଯ୍ୟଶୈଳୀ ଏବଂ ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। 

ଗତ ଶନିବାର ଦିନ ଜୋମାଟୋର ଅର୍ଡର ବିତରଣ କରିବା ପାଇଁ ବାହାରିଥିବା ସମୟରେ ଡେଲିଭରି ବଏ ସୟଦ ଫରହାନ ଏକ ଖୋଲା ଡ୍ରେନରେ ପଡ଼ିଯାଇଥିଲେ। ଫଳରେ ଡ୍ରେନ ପାଣିରେ ତାଙ୍କ ମୋବାଇଲ୍ ଫୋନ୍ ଭାସି ଯାଇଥିଲା ଏବଂ ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। 

ଏହି ଘଟଣା ପରେ ତେଲେଙ୍ଗାନା ଗିଗ୍ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିୟନ କମ୍ପାନିଠାରୁ ଜବାବ ଦାବି କରିଛନ୍ତି। ୟୁନିୟନ ମୁଖ୍ୟ ଶେଖ୍ ସଲାଉଦ୍ଦିନ୍ ଜୋମାଟୋ କମ୍ପାନି ନିକଟରେ ଦାବି କରି କହିଛନ୍ତି, "ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଶ୍ରମିକଙ୍କ ସୁରକ୍ଷା ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ୱ ଦେଉଥିବା ନୀତିର ପରିଣାମ। ଯଦିଓ ଫରହାନଙ୍କ ଜୀବନ ବଞ୍ଚିଗଲା, ପରବର୍ତ୍ତୀ ସମୟରେ ଅନ୍ୟ କୌଣସି କର୍ମଚାରୀ ଏତେ ଭାଗ୍ୟବାନ ହୋଇ ନପାରନ୍ତି। ଫରହାନଙ୍କ ଫୋନ୍ ଭାସି ଯାଇଛି। ତାଙ୍କୁ ଏକ ଫୋନ ଦିଆଯିବା ସହିତ କ୍ଷତିଗ୍ରସ୍ତ ବାଇକର ମରାମତି କରାଯାଉ । ଡେଲିଭରି ବଏଙ୍କ କ୍ଷତିର କ୍ଷତିପୂରଣ ଦିଆଯାଉ।’

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିକଟରେ ଡେଲିଭରି କର୍ମଚାରୀଙ୍କ ଜୀବନକୁ ବିପଦରେ ପକାଉଥିବା କମ୍ପାନିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ଗିଗ୍ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିୟନ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe