ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରୁ ରପ୍ତାନି କଟକଣା କୋହଳ ପ୍ରସଙ୍ଗ : ‘ଟ୍ରମ୍ପଙ୍କ ଧମକ ଚର୍ଚ୍ଚା ଭିତ୍ତିହୀନ’

Advertisment

ଭାରତୀୟ କମ୍ପାନି ଆମେରିକାକୁ ୩.୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦାନକଲା

ଭାରତୀୟ କମ୍ପାନି ଆମେରିକାକୁ ୩.୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦାନକଲା

ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରୁ ରପ୍ତାନି କଟକଣା କୋହଳ ପ୍ରସଙ୍ଗ : ‘ଟ୍ରମ୍ପଙ୍କ ଧମକ ଚର୍ଚ୍ଚା ଭିତ୍ତିହୀନ’

BOOM

ୱାସିଂଟନ : ଆମେରିକାକୁ ଭାରତ ମ୍ୟାଲେରିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ରପ୍ତାନି ଉପରେ କଟକଣା ଲଗାଇଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ନେଇ ଧମକ ଦେଇଥିଲେ। ଏହା ପରେ ଭାରତ ଆମେରିକା ପାଇଁ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ରପ୍ତାନି ଉପରୁ କଟକଣା ଉଠାଇଲା ବୋଲି ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ଆମେରିକାରେ ଅବସ୍ଥାପିତ ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ଏବଂ ଅଧିକାରୀମା‌ନେ ତାହାକୁ ଭିତ୍ତିହୀନ ବୋଲି କହିଛନ୍ତି।

ଜଣେ ସାମ୍ବାଦିକଙ୍କ ପ୍ରଶ୍ନକୁ ଟ୍ରମ୍ପ ଠିକ୍ ଭାବେ ଶୁଣି ନପାରିବା କିମ୍ବା ବୁଝି ନପାରିବା ଯୋଗୁଁ ଏଭଳି ଚର୍ଚ୍ଚା ହେଉଛି ବୋଲି କୁହାଯାଉଛି। ଆମେରିକା ବିଦେଶକୁ ମେଡିକାଲ ଉପକରଣ ଉପରେ ରପ୍ତାନି କଟକଣା ଲଗାଇଥିବାରୁ ଅନ୍ୟ ଦେଶମାନେ ସମାନ ଧରଣର ନିଷ୍ପତ୍ତି ନେଇଛନ୍ତି କି? ଯେପରିକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଓ ଅନ୍ୟ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଆପଣଙ୍କ ‌ଯେସାକୁ ତେସା ନୀତିକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ବୋଲି ସାମ୍ବାଦିକ ଜଣକ ପଚାରିଥିଲେ। ତେବେ ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଏ ପ୍ରକାର ନିଷ୍ପତ୍ତି ମାତେ ଭଲ ଲାଗେ ନାହିଁ। ଏହା ମୋଦୀଙ୍କର ନିଷ୍ପତ୍ତି ବୋଲି ମୁଁ ଶୁଣିନାହିଁ। ତେବେ ଅନ୍ୟ ଦେଶକୁ ମୋଦୀ ଏହି ଔଷଧ ଉପରେ କଟକଣା ଲଗାଇଥିବା ମୁଁ ଜାଣିଛି। ଆମେରିକା ପାଇଁ ଯଦି ମୋଦୀ ଏଭଳି କଟକଣା ଲଗାଇଥିବେ ତା'ହେ‌ଲେ ମୁଁ ନିଶ୍ଚିତଭାବେ ଏଥିରେ ଆଶ୍ଚର୍ଯ୍ୟ ହେବି। କାରଣ ଆମେରିକା ସହିତ ଭାରତର ଭଲ ସମ୍ପର୍କ ରହିଛି। ବହୁବର୍ଷ ଧରି ଭାରତ ଆମେରିକାର ବାଣିଜ୍ୟ ସୁବିଧା ନେଇଛି। ଏହା କରିଥିଲେ ମୋଦୀ ମୋତେ ଜଣାଇଥାନ୍ତେ। ମୁଁ ମୋଦୀଙ୍କ ସହିତ ରବିବାର ସକାଳେ କଥା ହୋଇଛି। ଆମ ଦେଶକୁ ଏହି ଔଷଧ ଯୋଗାଣକୁ ଭାରତ ଅନୁମତି ଦେଲେ ମୁଁ ଖୁସି ହେବି। ଯଦି ସେ ଅନୁମତି ନ ଦିଅନ୍ତି ତା'ହେ‌ଲେ ଠିକ୍ କହିଛି। କିନ୍ତୁ ଯେସାକୁ ତେସା ନୀତି କାହିଁକି ଲାଗୁ କରାଯିବ ନାହିଁ ବୋଲି ଟ୍ରମ୍ପ ଉକ୍ତ ସାମ୍ବାଦିକଙ୍କୁ ଉତ୍ତର ଦେଇଥିଲେ।

ତେବେ ଭାରତୀୟ ଅଧିକାରୀଙ୍କ କହିବାନୁଯାୟୀ, ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଭାରତ ଉକ୍ତ ଔଷଧ ରପ୍ତାନି କଟକଣାକୁ କୋହଳ କରିବ ବୋଲି ଆମେରିକାକୁ ପ୍ରତିଶ୍ରୁତି ଦେଇ ସାରିଥିଲା।

ଭାରତୀୟ କମ୍ପାନି ଆମେରିକାକୁ ୩.୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦାନକଲା
ୱାସିଂଟନ : ଆମେରିକାରେ ଔଷଧ କମ୍ପାନି ସ୍ଥାପନ କରିଥିବା ଦୁଇ ଭାରତୀୟ ଚିରାଗ ପଟେଲ ଏବଂ ଚିଣ୍ଟୁ ପଟେଲଙ୍କ କମ୍ପାନି ଆମେରିକା ପ୍ରଶାସନକୁ ୩.୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦାନ କରିଛି। ଏହି ସହିତ କମ୍ପାନି ଏହାର ଅନେକ ଉତ୍ପାଦନ କେନ୍ଦ୍ରରେ ଉକ୍ତ ବଟିବାର ଉତ୍ପାଦନ ବୃଦ୍ଧି କରିବ। ଏପ୍ରିଲ ମଧ୍ୟଭାଗ ସୁଦ୍ଧା କମ୍ପାନି ପ୍ରାୟ ୨୦ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍‌ ବଟିବା ଉତ୍ପାଦନ କରିବ ବୋଲି ଆଶା ରଖିଛି।

ଏହି ଦୁଇ ଭାରତୀୟଙ୍କ କମ୍ପାନି ନ୍ୟୁ ଜର୍ସିରେ ରହିଛି। ଲୁଇସିଆନା, ନ୍ୟୁୟର୍କ ଏବଂ ଟେକ୍ସାସ ପ୍ରଦେଶକୁ ଉକ୍ତ କମ୍ପାନି ଏହି ଔଷଧ ଯୋଗାଇବ। ଏହି କମ୍ପାନିର ନାମ ହେଉଛି ଆମନିଲ୍ ଫାର୍ମାସ୍ୟୁଟିକାଲ୍ସ। ଲୁଇସିଆନା ପ୍ରଦେଶକୁ ଉକ୍ତ କମ୍ପାନି ୪ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍ ଦେବ ବୋଲି ଲୁଇସିଆନର ଆଟର୍ଣ୍ଣି ଜେନେରାଲ ଜେଫ୍ ଲାଣ୍ଡ୍ରି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। କରୋନା ମହାମାରୀ ରୋକିବାରେ ଏହି ଔଷଧ ସେତେଟା ସହାୟକ ନୁହେଁ ବୋଲି କୁହାଯାଉଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଉକ୍ତ ଔଷଧରେ କରୋନାର ଚିକତ୍ସା ଉପରେ ଗୁରୁତ୍ବାରୋପ କରୁଛନ୍ତି। ନ୍ୟୁଜର୍ସିର ବ୍ରିଜ୍‌ୱାଟରଠାରେ ଏହି କମ୍ପାନିକୁ ଚିରାଗ ଓ ଚିଣ୍ଟୁ ୨୦୦୨ ମସିହାରେ ସ୍ଥାପନ କରିଥିଲେ। ସେମାନେ ଉଭୟ ଏହି କମ୍ପାନିର କୋ-ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe