ହୁଣ୍ଡାଇର ନୂଆ ‘୨୦୧୮ କ୍ରେଟା’

ହୁଣ୍ଡାଇର ନୂଆ ‘୨୦୧୮ କ୍ରେଟା’

ଭୁବନେଶ୍ୱର: ଦେଶର ଅଗ୍ରଣୀ କାର୍‌ ନିର୍ମାତା ହୁଣ୍ଡାଇର ନୂଆ ଏସ୍‌ୟୁଭି ୨୦୧୮ କ୍ରେଟାକୁ ତମାଣ୍ଡୋସ୍ଥିତ ଆଦିତ୍ୟ ହୁଣ୍ଡାଇରେ ଉନ୍ମୋଚନ କରାଯାଇଛି। ଆଦିତ୍ୟ ହୁଣ୍ଡାଇର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର, ଏଚଡିଏଫ୍‌ସି କାର୍‌ ଲୋନ୍‌ର ଏଏସ୍‌ଏମ୍‌ ଶକ୍ତି ରଞ୍ଜନ ସ୍ୱାଇଁ, ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଆଇଏଲ୍‌) ଏପିଏସ୍‌ଏମ୍‌ ସୌମ୍ୟ ଘୋଷ ଓ କଂପାନିର ସହକାରୀ ଉପସଭାପତି ହରମୋହନ ମହାନ୍ତିଙ୍କ ଉପସ୍ଥିତିରେ ନୂଆ କ୍ରେଟାକୁ ଉନ୍ମୋଚନ କରାଯାଇଛି। ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଏହାକୁ ଆକର୍ଷଣୀୟ କରାଯାଇଥିବା ବେଳେ ଅନେକ ନୂଆ ପ୍ରଯୁକ୍ତି ଓ ନିରାପତ୍ତା ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏଥିରେ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସନ୍‌ ରୁଫ୍‌, କ୍ରୁଜ୍‌ କଣ୍ଟ୍ରୋଲ୍‌, ପାଓ୍ଵାର ଡ୍ରାଇଭର୍‌ ସିଟ୍‌, ସ୍ମାର୍ଟ କି’ବ୍ୟାଣ୍ଡ୍‌ ଓ ଓୟାରଲେସ୍‌ ଫୋନ୍‌ ଚାର୍ଜର ଭଳି ସୁବିଧା ରହିଛି। ଗ୍ରାହକଙ୍କ ସୁବିଧା ପାଇଁ ଏଥିରେ ବେଗ ସମ୍ବେଦନଶୀଳ ସ୍ୱୟଂଚାଳିକ ଡୋର୍‌ ଲକ୍‌, ସ୍ଲାଇଡିଂ ସାମ୍ନା ଆର୍ମରେଷ୍ଟ୍‍ ଓ ଡ୍ରାଇଭର୍‌ଙ୍କ ସିଟ୍‌ର ଉଚ୍ଚତା ବଦଳାଇ ହେବା ଭଳି ବ୍ୟବସ୍ଥା ରହିଛି। ନୂତନ ପିଢ଼ିର ପ୍ରଯୁକ୍ତି ଓ ଉତ୍କଷ୍ଟ ପ୍ରଦର୍ଶନ ଜରିଆରେ ନୂଆ କ୍ରେଟା ଏକ ସ୍ୱତନ୍ତ୍ର ସ୍ତର ସୃଷ୍ଟି କରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ନୂଆ କ୍ରେଟା ୭ଟି ସିଙ୍ଗଲ୍‌ ଟୋନ୍‌ ଓ ଦୁଇଟି ଡୁଆଲ୍‌ ଟୋନ୍‌ ରଙ୍ଗରେ ଉପଲବ୍ଧ ହେବ। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଇଞ୍ଜିନରେ ମିଳିବ। ପେଟ୍ରୋଲ୍‌ ମଡେଲ୍‌ର ମୂଲ୍ୟ ୯.୪୪ ଲକ୍ଷ ଟଙ୍କାରୁ ୧୩ ଲକ୍ଷ ୬୦ ହଜାର ଟଙ୍କା ରହିଛି। ସେହିପରି ଡିଜେଲ୍‌ ମଡେଲ୍‌ର ମୂଲ୍ୟ ୯.୯୯ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ୩ ହଜାର ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe