ହୁଣ୍ଡାଇ ଆଣିବ ଆଇପିଓ: ୩ ବିଲିଅନ୍ ଡଲାର ସଂଗ୍ରହ କରିବ

Advertisment
ଓଡ଼ିଶାରେ ଆଗକୁ ବଢ଼ୁଛି କାର୍‌ ବଜାର, କାର୍‌ କିଣିବାକୁ ଚାହି ବସିଛନ୍ତି ୭ ଲକ୍ଷରୁ ଅଧିକ ଗ୍ରାହକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ହୁଣ୍ଡାଇ ମୋଟର ଏହାର ଭାରତୀୟ ସଂସ୍ଥାର ପ୍ରାରମ୍ଭିକ ପବ୍ଲିକ ଅଫରିଂ (ଆଇପିଓ)ରେ ୧୭.୫ ପ୍ରତିଶତ ଅଂଶଧନ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ କାଗଜପତ୍ର ଦାଖଲ କରିବାକୁ କମ୍ପାନି ଯୋଜନା କରିଛି। ପ୍ରାରମ୍ଭିକ ଅଂଶଧନ ବିକ୍ରି ମାଧ୍ୟମରେ ୨.୫ ବିଲିୟନ ଡଲାରରୁ ୩ ବିଲିୟନ ଡଲାର ସଂଗ୍ରହ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ମାରୁତି ସୁଜୁକି ୨୦୦୩ରେ ସାର୍ବଜନୀନ ହେବା ପରେ ୨୦ ବର୍ଷ ମଧ୍ୟରେ ଏହି ଆଇପିଓ ଭାରତରେ କୌଣସି ଅଟୋ ନିର୍ମାତାଙ୍କ ଦ୍ୱାରା ପ୍ରଥମ ହେବ। ଆମେରିକା ଏବଂ ଦକ୍ଷିଣ କୋରିଆ ପରେ ଭାରତ ହେଉଛି ହୁଣ୍ଡାଇର ତୃତୀୟ ବୃହତ୍ତମ ରାଜସ୍ୱ ‌ଦେଉଥିବା କମ୍ପାନି। ଭାରତରେ ବଢୁଥିବା ବଜାର ସମ୍ଭାବନାର ଫାଇଦା ଉଠାଇବା ପାଇଁ ଆଇପିଓ ଆଣିବାକୁ କମ୍ପାନି ଯୋଜନା ରଖିଛି। ହ୍ୟୁଣ୍ଡାଇ ପକ୍ଷରୁ ଏଥିପାଇଁ କୋଟାକ ମହିନ୍ଦ୍ରା, ସିଟିବ୍ୟାଙ୍କ, ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଏଚଏସବିସି ଭଳି ନିବେଶ ବ୍ୟାଙ୍କଗୁଡ଼ିକୁ ନିୟୋଜିତ କରିଛି।

ବିକ୍ରି ଦୃଷ୍ଟିରୁ ମେ ମାସରେ କମ୍ପାନିର ମୋଟ ବିକ୍ରି ବାର୍ଷିକ ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇ ୬୩,୫୫୧ ୟୁନିଟ୍‌ରେ ପହଞ୍ଚିଛି ଯାହା ଗତବର୍ଷ ଏହି ସମୟରେ ୫୯,୬୦୧ ୟୁନିଟ୍ ଥିଲା। ହୁଣ୍ଡାଇର ସିଓଓ ତରୁଣ ଗର୍ଗ କହିଛନ୍ତି ଯେ ଆମର ଶ୍ରୀପେରୁମ୍ବୁଦୁର କାରଖାନାରେ ସପ୍ତାହେ ଧରି ନିୟମିତ ଦ୍ୱିବାର୍ଷିକ ରକ୍ଷଣାବେକ୍ଷଣ ବନ୍ଦ ସତ୍ତ୍ୱେ ଆମେ ମେ ୨୦୨୪ରେ ମୋଟ ବିକ୍ରି ପରିମାଣ ବଜାୟ ରଖିଛୁ। ଏସୟୁଭି କମ୍ପାନି ପାଇଁ ଏକ ଅଭିବୃଦ୍ଧି ଚାଳକ ହୋଇ ରହିଛି ଯାହା ଗତ ମାସରେ ଘରୋଇ ବିକ୍ରିର ୬୭ ପ୍ରତିଶତରୁ ଅଧିକ ଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe