ମୁଁ ଆତଙ୍କବାଦୀ ନୁହେଁ: ହୁୱେଇ ସିଇଓ

ମୁଁ ଆତଙ୍କବାଦୀ ନୁହେଁ: ହୁୱେଇ ସିଇଓ

ନୂଆଦିଲ୍ଲୀ: ଗିରଫ ହୋଇଥିବା ଚୀନ୍‌ର ଟେଲିକମ୍ କଂପାନି ହୁୱେଇ ଇଣ୍ଡିଆର ସିଇଓ ଲି ଜିଓଙ୍ଗୱେଇ ଦିଲ୍ଲୀର ଏକ କୋର୍ଟଙ୍କୁ କହିଛନ୍ତି ଯେ ମୁଁ ହେଉଛି ଚୀନ୍‌ର ନାଗରିକ। ମୁଁ ଆତଙ୍କବାଦୀ ନୁହେଁ। ଜାମିନ ମାମଲାର ଶୁଣାଣି ବେଳେ ତାଙ୍କ ଆଇନଜୀବୀ କୋର୍ଟଙ୍କୁ ଏହା କହିଛନ୍ତି। ତଦନ୍ତ ଶେଷ ହୋଇନଥିବାରୁ ଆୟକର ବିଭାଗ ପକ୍ଷରୁ ତାଙ୍କ ଜାମିନକୁ ବିରୋଧ କରାଯାଉଛି। ଯେହେତୁ ଚୀନ୍‌ ସହିତ ଭାରତର କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ ତେଣୁ ଜାମିନ ପାଇବା ପରେ ସେ ଯଦି ଦେଶ ଛାଡ଼ି ପଳାୟନ କରିବେ ତାଙ୍କୁ ପୁଣି ଥରେ ପାଇବା ସହଜ ହେବ ନାହିଁ। ଏକ ସତ୍ୟପାଠ ଜରିଆରେ ବିଭାଗ କୋର୍ଟଙ୍କୁ ତାହା ଜଣାଇଛି। ଲି’ଙ୍କ ବିରୋଧରେ ଲୁକ୍ ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ତାଙ୍କ ଆଇନଜୀବୀ ତାହାକୁ ଘୋର ବିରୋଧ କରିଛନ୍ତି। ଜାମିନ ମିଳିବା ଭଳି ଏକ ମାମଲାରେ ଆୟକର ବିଭାଗ ଏଭଳି ସର୍କୁଲାର ଜାରି କରିବା ଦୁର୍ଭାଗ୍ୟଜନକ ବୋଲି‌ ସେ କହିଛନ୍ତି। କୋର୍ଟ ତାଙ୍କ ଆଇନଜୀବୀକୁ କହିଛନ୍ତି ଯେ ଯଦି ସେ ଚୀନ୍ ଚାଲିଯିବେ ଓ କେବେ ନଫେରିବେ ତେବେ କ’ଣ ହେବ? ଯଦି ତାଙ୍କୁ ଚୀନ ଯିବାକୁ ଅନୁମତି ଦିଆଯିବ ତେବେ ସେ ଭାରତ ଫେରିବେ ନା ନାହିଁ ତାହାର ସମ୍ଭାବନା ଉ‌ପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। ଭାରତରେ ଲି’ଙ୍କ ଥିବା ବନ୍ଧୁବାନ୍ଧବ ଓ ସମ୍ପତ୍ତି ବିଷୟରେ କୋର୍ଟ ଜାଣିବାକୁ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe