ମୋର ଗୋଟିଏ କାର୍‌ ଅଛି: ଅନିଲ

Advertisment

ଗହଣା ବିକି ଆଇନଜୀବୀଙ୍କ ପ୍ରାପ୍ୟ ଦେଇଛି

ଗହଣା ବିକି ଆଇନଜୀବୀଙ୍କ ପ୍ରାପ୍ୟ ଦେଇଛି

ଅନିଲଙ୍କୁ ୩ ମାସ ପୁଞ୍ଜି ବଜାର ମନା, କଟକଣା ଲଗାଇଲା ସେବି

image source--livemint

ଲଣ୍ଡନ: ମୁଁ ସରଳ ଜୀବନଯାପନ କରେ। ମୁଁ ଜଣେ ମାରାଥନ୍ ଧାବକ। କେବେ ଜୀବନରେ ମଦ ପିଇନାହିଁ କିମ୍ବା ଧୂମପାନ କରିନାହିଁ। ଜନ୍ମରୁ ମୁଁ ଶାକାହାରୀ। ମୋ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମାତ୍ମକ ଆକଳନ ଛଡ଼ା ଆଉ କିଛି ନୁହେଁ ବୋଲି ଋଣ ପାହାଡ଼ ଉପରେ ଠିଆ ହୋଇଥିବା ଶିଳ୍ପପତି ଅନିଲ ଅମ୍ବାନି କହିଛନ୍ତି। ଚୀନ୍‌ର ତିନିଟି ସରକାରୀ ବ୍ୟାଙ୍କ ଠାରୁ ତାଙ୍କର ବନ୍ଦ ହୋଇଯାଇଥିବା ଟେଲିକମ୍ କଂପାନି ରିଲାଏନ୍ସ କମ୍ୟୁନିକେସନ୍ ୨୦୧୨ରେ ଋଣ ଆଣିଥିଲା। ସେହି ଋଣ ପରିଶୋଧ ନହେବାରୁ ଅନିଲଙ୍କ ନାମରେ ବ୍ରିଟେନ୍ ହାଇକୋର୍ଟରେ ଚୀନ୍‌ର ତିନି ବ୍ୟାଙ୍କ ମାମଲା ରୁଜୁ କରିଛନ୍ତି। ସେହି ମାମଲାର ଶୁଶାଣି ବେଳେ ପ୍ରଥମ ଥର ପାଇଁ ଅନିଲ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଅନିଲ କହିଛନ୍ତି ଚଳିତ ବର୍ଷ ଜାନୁଆରିରୁ ଜୁନ୍ ଭିତରେ ଗହଣା ବିକ୍ରି କରି ସେ ୯.୯ କୋଟି ଟଙ୍କା ଯୋଗାଡ଼ କରିଥିଲେ। ସେହି ଟଙ୍କାକୁ ସେ ଓକିଲଙ୍କ ଫି’ ବାବଦରେ ଦେଇଛନ୍ତି।

ମଦ ପିଏ ନାହିଁ, ଧୂମପାନ କରେ ନାହିଁ, ଅତ୍ୟନ୍ତ ସାଧାସିଧା ଜୀବନ ବଞ୍ଚେ

ଅନେକ ସଂଖ୍ୟକ କାର୍‌ ରଖିଥିବା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ମୋ ପାଖରେ ମାତ୍ର ଗୋଟିଏ କାର୍‌ ଅଛି। ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି। ମୋ ପାଖରେ କେବେବି ରୋଲସ୍‌ ରୟସ୍‌ କାର୍‌ ନଥିଲା। ବର୍ତ୍ତମାନ ମୁଁ କେବଳ ଗୋଟିଏ କାର୍‌ ବ୍ୟବହାର କରୁଛି। ଏକ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି କରୁଥିବା ଦୋକାନରେ ତାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର ହୋଇଥିବା ସମ୍ପକର୍ରେ କୋର୍ଟ ପ୍ରଶ୍ନ କରିବାକୁ‌ ସେ କହିଥିଲେ ଯେ ସେହି କାର୍ଡକୁ ମୋ ମା’ କୋକିଳାବେନ୍ ଅମ୍ବାନି ବ୍ୟବହାର କରନ୍ତି। ନିଜ ମା’ ଓ ପୁଅ ଠାରୁ ଆଣିଥିବା ୬୬ ନିୟୁତ ଡଲାର ଋଣ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ଏହାର ସର୍ତ୍ତ ବିଷୟରେ କିଛି କହିପାରିବି ନାହିଁ। ତେବେ ଏହି ଟଙ୍କା ମୋତେ ଉପହାର ସୂତ୍ରରେ ମିଳିନାହିଁ। କୋର୍ଟଙ୍କୁ ସେ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଦେଶର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୋ ନାମ ଥିଲା। ‌ଏବେ ମୋ ପାଖରେ ୧,୧୦,୦୦୦ ଡଲାର ମୂଲ୍ୟର ମାତ୍ର ଗୋଟିଏ ପେଣ୍ଟିଙ୍ଗ୍‌ ଅଛି। ଅନିଲଙ୍କ ପ୍ରବକ୍ତା କହିଛନ୍ତି ଯେ ସେ ଅତ୍ୟନ୍ତ ସାଧାସିଧା ଜୀବନ ଅତିବାହିତ କରୁଥିବା ଜଣେ ବ୍ୟକ୍ତି। ସହରରେ ବୁଲିବା ବଦଳରେ ଘରେ ପିଲାମାନଙ୍କ ସହିତ ବସି ସିନେମା ଦେଖିବାକୁ ଅଧିକ ପସନ୍ଦ କରନ୍ତି। ସେ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe