ମୋର ରାଜନୈତିକ ଅଭିଳାଷ ନାହିଁ: ରାଜନ

Advertisment

ଜଣେ ଚିନ୍ତିତ ନାଗରିକ ଭାବେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲି

ଜଣେ ଚିନ୍ତିତ ନାଗରିକ ଭାବେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲି

ମୋର ରାଜନୈତିକ ଅଭିଳାଷ ନାହିଁ: ରାଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିବା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବାର ତାଙ୍କର କୌଣସି ଅଭିଳାଷ ନାହିଁ। ଦେଶର ଗଣତନ୍ତ୍ର, ସାମ୍ପ୍ରଦାୟିକ ସଦ୍‌ଭାବ, ବିତର୍କ କରିବା ପରିବେଶ ଏବେ ବିପଦରେ। ମୁଁ ଏଥିପାଇଁ ଚିନ୍ତିତ। ଜଣେ ନାଗରିକ ଭାବେ ଏସବୁ ବିଷୟରେ ସ୍ବର ଉଠାଇବା ଲାଗି ମୁଁ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଥିଲି। ଆମକୁ ଏକ ସମୃଦ୍ଧଶାଳୀ ରାଷ୍ଟ୍ରରେ ପରିଣତ ହେବାକୁ ହେଲେ ଏହି ସବୁ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ପଡ଼ିବ। ଏହିଭଳି ଭାବେ ଭାରତୀୟମାନେ ମିଳିମିଶି ରହିପାରିବେ। ଏସବୁ ବିଷୟରେ ସ୍ବର ଉଠାଇବା ଲାଗି ଜଣେ ନାଗରିକମାନେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ଏକ ଛୋଟ ପଦକ୍ଷେପ ଥିଲା ବୋଲି ରାଜନ କହିଛନ୍ତି। କିଛି ଦିନ ପୂର୍ବେ ରାଜନଙ୍କୁ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଦେଖିବାକୁ ମିଳିଥିଲା। ଏହା ପରେ ଲୋକମାନେ ତାଙ୍କୁ ଦ୍ବୀତୟ ମନମୋହନ ସିଂହ କହିବା ଆରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୨୩-୨୪ର ବଜେଟ୍ ପ୍ରସ୍ତୁତ କରୁଥିବା ବେଳେ ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ରାଜନ। ସେ କହିଛନ୍ତି ଯେ ଟିକସରେ ଆହୁରି ବୃଦ୍ଧି ହେଲେ ଭାରତ ଏକ ଅଧିକ ଖର୍ଚ୍ଚ ହେଉଥିବା ଦେଶରେ ପରିଣତ ହେବ। ଚୀନ୍‌ର ବିକଳ୍ପ ହେବା ଲାଗି ଭାରତ ଯେଉଁ ଉଦ୍ୟମ କରୁଛି ସେଥିପାଇଁ ଏହା ସମସ୍ୟା ସୃଷ୍ଟି କରିବ। ସେ କହିଛନ୍ତି ଯେ ଚୀନ୍‌ରୁ ଅନ୍ୟତ୍ର ଯିବାକୁ ଚାହୁଥିବା କଂପାନିଙ୍କ ପସନ୍ଦର ସ୍ଥାନ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ନାହିଁ। ଭିଏତନାମ୍ ଏବଂ ମେକ୍ସିକୋ ଉନ୍ନତ ବିକଳ୍ପ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe