ମହିଳାଙ୍କ ସୁରକ୍ଷା ପାଇଁ "ଆଇଓ୍ଵାଚ୍‌ ରେଲୱେ" ଆପ

Advertisment
ମହିଳାଙ୍କ ସୁରକ୍ଷା ପାଇଁ "ଆଇଓ୍ଵାଚ୍‌ ରେଲୱେ" ଆପ

ମୁମ୍ବାଇ: ରେଲୱେ ପ୍ରୋଟେକସନ୍‌ ଫୋର୍ସ (ଆରପିଏଫ) ତରଫରୁ ମହିଳାଙ୍କ ସୁରକ୍ଷା ପାଇଁ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି। ଯାହାକୁ ମୁମ୍ବାଇର ଚର୍ଚ୍ଚଗେଟରୁ ବିରାର ସୁବରବନ ପଯ୍ୟନ୍ତ ଯାତ୍ରା କରୁଥିବା ମହିଳା ବ୍ୟବହାର କରିପାରିବେ ।

"ଏହି ଆପ୍‌ରେ ସର୍ତକ ବଟନ କିମ୍ବା ୪ ଥର ପାଓ୍ଵାର ବଟନକୁ ଦବେଇବା ମାତ୍ରେ ଆଇଓ୍ଵାଚର ଆରପିଏଫ୍‌କୁ ସୂଚନା ଦେବ ଏବଂ ମହିଳାଙ୍କ ପରିବାରକୁ ମଧ୍ୟ ମେସେଜ ପହଁଚିଯିବ। ଲୋକେସନ ଅପlଡିସନ ଫିଚର ଦ୍ୱାରା ଆରପିଏଫ ମହିଳାଙ୍କୁ ନେଇ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବା ପଯ୍ୟନ୍ତ ଏହା ସୂଚନା ଦେଇ ଚାଲୁଥିବ ।ଏହି ଆପ୍‌କୁ ଯେକୌଣସି ଆଣ୍ଡରୋଏଡ ଫୋନର ପ୍ଲେ ଷ୍ଟୋର ଏବଂ ଆପଲ ଫୋନର ଆଇ ଷ୍ଟୋରରୁ ଡାଉନଲୋଡ କରିପାରିବେ। "କହିଥିଲେ ପଶ୍ଚିମ ରେଲେଓ୍ଵର ମୁଖ୍ୟ ପିଆରଓ ରବୀନ୍ଦ୍ର ଭାକର।

ମହିଳା ଯଦି ରେଲୱେ ପରିସର ମଧ୍ୟରେ କୌଣସି ବିପଦରେ ପଡୁଛନ୍ତି , ତେବେ ୮ଟି ପରିବାର ଲୋକ କିମ୍ବା ସାଙ୍ଗକୁ ସତର୍କ ମେସେଜ ଓ ଫୋନ ସ୍ୱତଃ ପହଞ୍ଚିବ ଏବଂ ମହିଳାଙ୍କ ଠିକଣା , ଭିଡିଓ ଏବଂ ଅଡିଓ ଜରୁରୀକାଳୀନ ରୁପେ ଆରପିଏଫ୍‌ର କଣ୍ଟ୍ରୋଲ ରୁମକୁ ପହଞ୍ଚିବ।

" ମାଗାଣା ଆପ 'ଆଇଓ୍ଵାଚ ରେଲୱେ ' ଗତ ମାସରେ ପଶ୍ଚିମ ରେଲୱେ ଏବଂ ଆଇଓ୍ଵାଚ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ପଯ୍ୟନ୍ତ ଏହି ଆପ ୧ଲକ୍ଷରୁ ଅଧିକ ଡାଉନଲୋଡ କରିସାରିଛନ୍ତି । ଏବଂ ଏହା ଆରପିଏଫ ସହ ପାଖ ପୋଲିସ ଥାନାକୁ ମଧ୍ୟ ମହିଳାଙ୍କ ବିବଦ ସୂଚନା ପ୍ରଦାନ କରିପାରିବ। ଏଥିରେ ମହିଳାଙ୍କ ମୋବାଇଲ ଫୋନର ବ୍ୟଟେରି ଚାର୍ଜ, ନେଟଓ୍ଵର୍କ , ବ୍ଲଡ ଗ୍ରୁପ, କେଉଁ ପ୍ରକାରର ବିପଦର ସୂଚନା ପ୍ରକାଶ ପାଇ ପାରିବ। ଏହି ଆପ ଦ୍ୱାରା ବିପଦ ପୂର୍ବରୁ ୬୦ ସେକେଣ୍ଡର ଅଡିଓ ଏବଂ ୨୦ ସେକେଣ୍ଡର ଭିଡିଓ ରେକର୍ଡ ହୋଇପାରିବ", କହିଥିଲେ ରବୀନ୍ଦ୍ର ଭାକର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe