ବାପାଙ୍କ ସହ କାମ କରିବାକୁ ପସନ୍ଦ କରିବି: ବିର୍ଲାଙ୍କ ଝିଅ ‌ଅଦ୍ବୈତେଶା

ବାପାଙ୍କ ସହ କାମ କରିବାକୁ ପସନ୍ଦ କରିବି: ବିର୍ଲାଙ୍କ ଝିଅ ‌ଅଦ୍ବୈତେଶା

The Economic Times

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲାଙ୍କ ଝିଅ ଅଦ୍ବୈତେଶା ବିର୍ଲା ନିଜର ସଂସ୍ଥା ଆରମ୍ଭ କରିଛନ୍ତି। ଆଦିତ୍ୟ ବିର୍ଲା ଏଜୁକେସନାଲ୍ ଟ୍ରଷ୍ଟ ଅଧୀନରେ ଉଜାସ୍ ନାମରେ ସେ ନିଜର ସଂସ୍ଥା ଖୋଲି ଋତୁସ୍ରାବ ଜନିତ ସ୍ବାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଦିଗରେ କାମ କରୁଛନ୍ତି। ୧୮ ବର୍ଷୀୟା ଅଦ୍ବୈତେଶା ସଫଳତାର ଶ୍ରେୟ ନିଜ ପରିବାରବର୍ଗଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ମା’ ନିର୍‌ଜା ବିର୍ଲାଙ୍କ ସହ କାମ କରି ବହୁତ ଖୁସି ଲାଗୁଛି। ବାପାଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ମୁଁ ପସନ୍ଦ କରିବି। ମା’ ନିର୍‌ଜାଙ୍କ କାମ ଦ୍ବାରା ଅନୁପ୍ରାଣିତ ହୋଇ ନିଜ ସଂସ୍ଥା ସ୍ଥାପନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe