ଆପ୍ଟିପ୍ଲସ୍‌ରେ ଆଇଏଏସ୍‌ କୋଚିଂ

Advertisment
ଆପ୍ଟିପ୍ଲସ୍‌ରେ ଆଇଏଏସ୍‌ କୋଚିଂ

ଭୁବନେଶ୍ବର: ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଆପ୍ଟିପ୍ଲସ୍ ପକ୍ଷରୁ ଉନ୍ନତମାନର ଶିକ୍ଷାଦାନ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ବାରା କରାଯାଉଛି। ୨୦୦୬ରେ କୋଲକାତାରେ ଏବଂ ୨୦୧୫ରେ ଭୁବନେଶ୍ବରରେ ଆପ୍ଟିପ୍ଲସ୍ ସ୍ଥାପନ ହୋଇଥିଲା। ଓଡ଼ିଶାର ପରୀକ୍ଷାର୍ଥୀ କିଭଳି ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଅଧିକ ସଫଳତା ହାସଲ କରିବେ ତାହା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିଷ୍ଠାନର ନିର୍ଦେଶକ ଡ. ସୁସିଜିତ୍ ସାହୁ କହିଛନ୍ତି। ସର୍ବ ଭାରତୀୟ ‌ସ୍ତରର ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଥିବାବେଳେ ଏବେ ଏହି ସୁବିଧା ଭୁବନେଶ୍ବରରେ ଆପ୍ଟିପ୍ଲସରେ ମିଳିପାରୁଛି ବୋଲି ସେ କହିଛନ୍ତି। ପ୍ରଶାସନିକ ସେବା ପ୍ରସ୍ତୁତି ପାଇଁ ଏଠାରେ ୧ ବର୍ଷିଆ ଇଣ୍ଟିଗ୍ରେଟେଡ ବ୍ୟାଚ୍ ସହିତ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଫାଉଣ୍ଡେସନ କୋର୍ସ ଉପଲବ୍ଧ ହେଉଛି। କ୍ଲାସରୁମ୍ ପ୍ରଶିକ୍ଷଣ ବ୍ୟତୀତ ଏଠାରେ ଉନ୍ନତ ମାନର ଷ୍ଟଡି ମ୍ୟାଟେରିଆଲ ଦିଆଯାଇଥାଏ। ଏଥିସହିତ  ସ୍ବତନ୍ତ୍ର ଡାଉଟ୍ କ୍ଲିଅରିଂ କ୍ଲାସ ହୋଇଥାଏ।  ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ଜରିଆରେ ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ବୋଲି ଡ. ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe