The Economic Times
ନୂଆଦିଲ୍ଲୀ ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏଥିଯୋଗୀ ଜୀବନ ପ୍ରତି ବିପଦ ରହିଥିବାରୁ ବ୍ୟାଙ୍କ ଗୁଡ଼ିକର ବ୍ୟବସାୟ ସମୟକୁ ମଧ୍ୟ କମାଇ ଦିଆଯାଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ ବା ଆଇବିଏ ପକ୍ଷରୁ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଥିସହିତ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ଏସ୍ଓପି ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ଦୁଇଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଆଇବିଏ ପକ୍ଷରୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକ ଜମା ଗ୍ରହଣ, ଟଙ୍କା ଉଠାଣ, ଅର୍ଥ ପ୍ରେରଣ ଏବଂ ସରକାରୀ ବ୍ୟବସାୟ ଭଳି ୪ଟି ମୌଳିକ ସେବା ଯୋଗାଇ ଦେବେ। ବ୍ୟାଙ୍କର କାର୍ଯ୍ୟ ସମୟ (ବ୍ୟବସାୟ ସମୟ) ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୨ ପର୍ଯ୍ୟନ୍ତ ମଧ୍ୟରେ ସୀମିତ ରଖାଯାଇ ପାରିବ ବୋଲି ଆଇବିଏ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି। ତେବେ କରୋନାର ଦ୍ବିତୀୟ ଲହରରେ ଦେଶବ୍ୟାପୀ ଲକଡାଉନ୍ ଓ ସଟ୍ଡାଉନ୍ କାର୍ଯ୍ୟକାରୀ ହେଉନାହିଁ।
ପରିସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ବିଭିନ୍ନ ପ୍ରକାର କଟକଣା ଓ ନିର୍ଦ୍ଦେଶାବଳି ଜାରି କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ସେମାନଙ୍କ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍ଓପିରେ ପରିବର୍ତ୍ତନ ଆଣିପାରିବେ ବୋଲି ଆଇବିଏ କହିଛି। ତେଣୁ ଆଇବିଏର ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ବ୍ୟାଙ୍କ ଗୁଡ଼ିକର କାରବାର ସମୟ କେତେଟାରୁ କେତେଟା ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଦିନେ ଦୁଇ ଦିନ ଭିତରେ ଓଡ଼ିଶାରେ କି ନିଷ୍ପତ୍ତି ନିଆଯାଉଛି ତାହା ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି।
Follow Us