ଆଇ-ବଲ୍‌ ସ୍ପିକରର ଅଜବ ନାଁ : ‘ମ୍ୟୁଜି ପଏଜନ୍‌’

Advertisment
ଆଇ-ବଲ୍‌ ସ୍ପିକରର ଅଜବ ନାଁ : ‘ମ୍ୟୁଜି ପଏଜନ୍‌’

ଆଇଟି ହାର୍ଡଓ୍ଵାର ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଆଇ-ବଲ୍‌ ପକ୍ଷରୁ ନିଜର ଅଡିଓ ରେଞ୍ଜ୍‌ର ସଂପ୍ରସାରଣ କରାଯାଇଛି । ତେବେ କମ୍ପାନି ପକ୍ଷରୁ ଏକ ଅଜବ ନାଁରେ ଗୋଟିଏ ସ୍ପିକର ଲଞ୍ଚ୍‌ କରାଯାଇଛି । ତାହାର ନାଁ ରହିଛି ‘ମ୍ୟୁଜି ପଏଜନ’ । ଏହି ସ୍ପିକରଟି ଦେଖିବାକୁ ପତଳା ଓ ସୁନ୍ଦର। ଏହାକୁ ସ୍ଥାନାନ୍ତର କରିବା ଅତି ସହଜ। ଏଥିରେ ଅକ୍ସ୍‌, ମାଇକ୍ରୋ ଏସ୍‌ଡି, ୟୁଏସ୍‌ବି, ଏଫ୍‌ଏମ୍‌ ରେଡ଼ିଓ ଏବଂ ବ୍ଲୁଟୁଥ୍‌ ଆଦି ବହୁବିଧ ଇନପୁଟ୍‌ ସୁବିଧା ରହିଛି। ଏଥିରେ ୧୫୦୦ ଏମଏଏଚ୍‌ ବ୍ୟାଟେରୀ ରହିଛି ଯାହାକି ୪.୫ ଘଣ୍ଟାର ନନ୍‌-ଷ୍ଟପ୍‌ ମ୍ୟୁଜିକ୍‌ ଉପଲବ୍ଧ କରାଇଥାଏ । ଏହାକୁ ଘରେ, ଅଫିସ୍‌ରେ କିମ୍ବା ପାର୍ଟିରେ ବ୍ୟବହାର କରାଯାଇ ପାରିବ। ଏଥିରେ ଇନ୍‌-ଲାଇନ୍‌ ଭଲ୍ୟୁମ୍‌ ନିୟନ୍ତ୍ରକ ରହିଛି। ଏହାର ଓଜନ ୦.୫ କିଗ୍ରାରୁ କମ୍‌। ଏହା ସର୍ବାଧିକ ୧୨ ୱାଟ୍‌ରେ ସୁଚାରୁ ରୂପେ କାର୍ଯ୍ୟ କରିଥାଏ। ଏଥିରେ ବିଲ୍ଟ ଇନ୍‌-ବାସ୍‌ ସୁବିଧା ରହିଛି। ଏହା ପ୍ରାକୃତିକ ଶ୍ରୁତି ମଧୁର ଶବ୍ଦ ସୃଷ୍ଟି କରିବାକୁ ସକ୍ଷମ ହେବ । କେବଳ କଳା ରଙ୍ଗରେ ଉପଲବ୍ଧ ହେଉଥିବା ଏହି ସ୍ପିକରର ମୂଲ୍ୟ ୩,୯୯୯ ଟଙ୍କା ରହିଛି।

ଏହି କମ୍ପାନି ତରଫରୁ ଆଉ ଏକ ସ୍ପିକର ଏଜୁ ସାଉଣ୍ଡ୍‌ ଆଇ-୫ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ ବିଶେଷ ଭାବେ ଶିକ୍ଷାଦାନ ଓ କ୍ଲାସ୍‌ରୁମ୍‌ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୩୬୦ ଡିଗ୍ରୀ ସମନ୍ଵୟ ସୃଷ୍ଟିକାରୀ ସାଉଣ୍ଡ ଉତ୍ପନ୍ନ ହେବ। ଏହାର ୩୦ ୱାଟ୍‌ ଆର୍‌ଏମ୍‌ଏସ୍‌ ପାୱାର ରହିଛି। ଏହାର ପାୱାରୀ, ଭଲ୍ୟୁମ୍‌, ବାସ୍‌ ଏବଂ ଟ୍ରେବୁଲ୍‌ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଏହାଛଡା ଏହାର ଡାଉନ୍‌ ଫାଇରିଙ୍ଗ୍‌ ସବ୍‌ ଉଫର୍‌ ଡିଜାଇନିଂ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe