ନୂଆଦିଲ୍ଲୀ: କର୍ପୋରେଟ୍ ଦେବାଳିଆ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ଲାଗି ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି)ରେ ସରକାର ସାତ ପ୍ରକାର ସଂଶୋଧନ କରିଛନ୍ତି। ସେହିପରି କଂପାନି ନିୟମରେ ମଧ୍ୟ ୪୩ ପ୍ରକାର ସଂଶୋଧନ ଅଣାଯାଇଛି। ଏହି ସବୁ ପ୍ରକାର ସଂଶୋଧନକୁ ଆଜି କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। କର୍ପୋରେଟ୍ ସାମାଜିକଦାୟିତ୍ବବୋଧ (ସିଏସଆର) ନିୟମରେ ଏକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଅଣାଯାଇଛି। ଖର୍ଚ ହୋଇପାରୁନଥିବା ସିଏସ୍ଆର୍ ପାଣ୍ଠିକୁ ଅନ୍ୟ ଏକ ଖାତାରେ ରଖିବାକୁ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ସେହି ପାଣ୍ଠିକୁ ପରବର୍ତ୍ତୀ ତିନି ବର୍ଷ ଭିତରେ ଖର୍ଚ କରିହେବ।
ଆଇବିସି, କଂପାନି ନିୟମରେ ସଂଶୋଧନ
Advertisment
Follow Us