ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ବାର୍ଷିକ ଉତ୍ସବ

ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଦି ଇନଷ୍ଟିଚ୍ୟୁଟ୍‌ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ବର ଚାପ୍ଟର ବାର୍ଷିକ ଉତ୍ସବ ନୟାପଲ୍ଲୀ ସ୍ଥିତ ସିଏମ୍‌ଏ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା କୁମାରୀ ସେଠୀ, ଭୁବନେଶ୍ବର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଡିଏମ୍‌ଇଟି ନିର୍ଦେଶକ ଡ. ରମା ରମଣ ମହାନ୍ତି, ନାଲ୍‌କୋର ନିର୍ଦେଶକ (ଅର୍ଥ) ରମେଶ ଚନ୍ଦ୍ର ଯୋଶୀ, ଆଇସିଏଆଇର କେନ୍ଦ୍ରୀୟ ସଭ୍ୟ ନିରଞ୍ଜନ ମିଶ୍ର, ଡ. ଆଶିଷ ପି ଥାଟ୍ଟେ, ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ସଭ୍ୟ ବିଭୂତି ଭୂଷଣ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ମୃତି ରଞ୍ଜନ ସାହୁ, ଲକ୍ଷ୍ମୀପ୍ରିୟା ଜେନା ଓ ଗୁଟୁଳା ସୂର୍ଯ୍ୟ ପ୍ରକାଶଙ୍କୁ ଯୁବ କଷ୍ଟ ଆକାଉଣ୍ଟାଣ୍ଟ୍‌ ପୁରସ୍କାର ଦିଆଯାଇଛି।

ଏଥି ସହିତ କୃତି ଛାତ୍ରଛାତ୍ରୀଙ୍କୁ ଆଦିତି ମେମୋରିଆଲ ପୁରସ୍କାର, ଜଗନ୍ନାଥ ମେମୋରିଆଲ ପୁରସ୍କାର, ମୁରାରି ପୁଷ୍ପା ମେମୋରିଆଲ ଏକ୍ସଲେନ୍ସ ପୁରସ୍କାର ଆଶାଲତା ମିଶ୍ର ମେମୋରିଆ ପୁରସ୍କାର ଓ ଇନ୍ଦୁମତି ମହାନ୍ତି ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ହିମୋଜ ମିଶ୍ର, କୋଚିଂ କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ରାଉତ, ଚାପ୍ଟର ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ଶକ୍ତିଧର ସିଂହ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe