ଭୁବନେଶ୍ୱର: ଭାରତୀୟ କଷ୍ଟ୍ ଆକାଉଣ୍ଟାଣ୍ଟ୍ ପ୍ରତିଷ୍ଠାନ (ଆଇସିଏଆଇ)-ଟିକସ ଗବେଷଣା ବିଭାଗ ଓ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କିଟ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ମିଳନୀରେ ୮୦୦ରୁ ଅଧିକ ପ୍ରିତିନିଧି ଯୋଗଦେଇଥିଲେ। ଦୁଇଦିନରେ ଏକାଧିକ ବୈଷୟିକ ଅଧିବେଶନ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଆଇସିଏଆଇ-ଟିକସ କମିଟିର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ବକ୍ତବ୍ୟ ରଖିଥିଲେ। ଭୁବନେଶ୍ୱର ଚାପ୍ଟରର କୋଷାଧ୍ୟକ୍ଷ ହିମୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବୃତ୍ତିଗତ ବିକାଶ କମିଟିର ଅଧ୍ୟକ୍ଷ ଶାଶ୍ୱତ ତ୍ରିପାଠୀ, ଚାପ୍ଟରର ପୂର୍ବତନ ସଚିବ ଜଗତଜ୍ୟୋତି ନାୟକ ପରିଚାଳନା କରିଥିଲେ। ପରିଚାଳନା କମିଟିର ଅଧ୍ୟକ୍ଷ ଉତ୍ତମ କୁମାର ନାୟକ, ଉପାଧ୍ୟକ୍ଷ ଦାମୋଦର ମିଶ୍ର, ସଦସ୍ୟ ମୃତ୍ୟୁଞ୍ଜୟ ପାଣି, ଶକ୍ତିଧର ସିଂହ, ଅଜୟ କୁମାର ସାମଲ, ମୁକେଶ ଚୌବେ ପ୍ରମୁଖ ସହଯୋଗ କରିଥିଲେ।
‘ଆଇସିଏଆଇ’ର ଜିଏସ୍ଟି ଆଲୋଚନାଚକ୍ର
Advertisment
Follow Us