ପତଞ୍ଜଳିର ମୃତ୍ତିକା ପରୀକ୍ଷା ମେସିନ୍‌କୁ ଆଇସିଏଆର୍‌ର ପ୍ରମାଣନ

Advertisment

ପତଞ୍ଜଳି ଦ୍ବାରା ବିକଶିତ ମୃତ୍ତିକା ପରୀକ୍ଷଣ ମେସିନ ‘ଧର୍‌ତୀ କା ଡାକ୍ତର’କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌)ର କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ସଂସ୍ଥାନ ଦ୍ବାରା ପ୍ରମାଣନପତ୍ର ପ୍ରଦାନ କରାଯାଇଛି।

ପତଞ୍ଜଳି ଦ୍ବାରା ବିକଶିତ ମୃତ୍ତିକା ପରୀକ୍ଷଣ ମେସିନ ‘ଧର୍‌ତୀ କା ଡାକ୍ତର’କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌)ର କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ସଂସ୍ଥାନ ଦ୍ବାରା ପ୍ରମାଣନପତ୍ର ପ୍ରଦାନ କରାଯାଇଛି।

gdjgdjgjgddgj

ହରିଦ୍ବାର: ପତଞ୍ଜଳି ଦ୍ବାରା ବିକଶିତ ମୃତ୍ତିକା ପରୀକ୍ଷଣ ମେସିନ ‘ଧର୍‌ତୀ କା ଡାକ୍ତର’କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌)ର କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ସଂସ୍ଥାନ ଦ୍ବାରା ପ୍ରମାଣନପତ୍ର ପ୍ରଦାନ କରାଯାଇଛି।  ବିଶ୍ବବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗପୀଠର ଅଧ୍ୟକ୍ଷ ସ୍ବାମୀ ରାମଦେବ କହିଥିଲେ ଏହି ଅତ୍ୟାଧୁନିକ ମୃତ୍ତିକା ପରୀକ୍ଷଣ ମେସିନ୍‌ରେ ମାଟିର ସଠିକ ଯାଞ୍ଚ କମ୍ ମୂଲ୍ୟରେ ଏବଂ କମ୍‌ ସମୟରେ ହୋଇପାରିବ। ଭରୁୱା ଏଗ୍ରି ସାଇନ୍ସର ପ୍ରବନ୍ଧ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃ୍ଷ୍ଣ କହିଛନ୍ତି ଏହି ମୃତ୍ତିକା ପରୀକ୍ଷଣ ମେସିନ ଦ୍ବାରା ମାଟିର ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ମାନକର ପରୀକ୍ଷଣ କରାଯାଇ ପାରିବ।

ପତଞ୍ଜଳିର ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏହି ମେସିନ ବିକଶିତ କରିଛନ୍ତି। ‌କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ଡ. ରାଜେନ୍ଦ୍ର କୁମାର ଯାଦବ ଯୋଗଦେଇ ଏହି ମେସିନ ଦେଶର କୃଷକ ଏବଂ ଭାରତ ସରକାରଙ୍କ ମୃତ୍ତିକା ସ୍ବାସ୍ଥ୍ୟ ଯୋଜନା ପାଇଁ ବଡ଼ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ ଅରବିନ୍ଦ କୁମାର ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe