ଜାତୀୟ ସ୍ତରରେ ପହଞ୍ଚିବ ଆଇସିସି ମହିଳା ଉଦ୍ୟୋଗୀ ପରିଷଦ

ଜାତୀୟ ସ୍ତରରେ ପହଞ୍ଚିବ ଆଇସିସି ମହିଳା ଉଦ୍ୟୋଗୀ ପରିଷଦ

ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ପୁଣେରେ ଖୋଲିବ ନୂଆ ଅଧ୍ୟାୟ
ଜୁନ୍‌ରେ ଯୋଡ଼ିହେବେ ଆଉ ୧୦୦ ସଦସ୍ୟା

ଭୁବନେଶ୍ବର : ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସର ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲୁଇସି) ଜାତୀୟ ସ୍ତରରେ ପାଦ ଥାପିବାକୁ ଯାଉଛି। ଓଡ଼ିଶା ମଡେଲ୍‌ ଉପରେ ଆଧାରିତ ପରିଷଦର ନୂଆ ଅଧ୍ୟାୟ ଦେଶର ଅନ୍ୟ ବଡ଼ ସହରଗୁଡ଼ିକରେ ଖୋଲାଯିବ। ଆସନ୍ତା କିଛି ମାସ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଓ ବେଙ୍ଗାଲୁରୁରେ ଆଇଡବ୍ଲୁଇସିର ନୂତନ ଅଧ୍ୟାୟ ସ୍ଥାପନ କରାଯିବ ବୋଲି ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ନିକଟରେ ଜନତା ମଇଦାନରେ ଆୟୋଜନ କରାଯାଇଥିବା ଦେଶର ପ୍ରଥମ ମହିଳା ବିଜନେସ୍ ମେଳାର ୧୫୦ ଷ୍ଟଲ୍‌କୁ ୧ ଲକ୍ଷ ଲୋକ ବୁଲିଦେଖିଥିଲେ। ଟ୍ବିଟର୍‌ରେ ସେହି ମେଳା ତୃତୀୟ ସ୍ଥାନରେ ରହି ଟ୍ରେଣ୍ଡ୍‌ କରିଥିଲା। ବଲିଉଡ୍‌ ତାରକା ଅର୍ଜୁନ ରାମପାଲ, ଲାରା ଦତ୍ତା ଓ ଇମତିଆଜ୍ ଅଲ୍ଲୀ ଆଦିଙ୍କ ଯୋଗଦାନ ଯୋଗୁଁ ମେଳାର ପରିଚୟ ଆହୁରି ଉପରେ ପହଞ୍ଚିପାରିଛି। ପାଞ୍ଚ ଦିନିଆ ଏହି ମେଳାରେ ୪.୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଆର୍ଥିକ ବର୍ଷରେ ୧୨ କୋଟି ଟଙ୍କାର ସମ୍ଭାବନା ଥିବା ନୂତନ ବ୍ୟବସାୟ ସୁଯୋଗ ମଧ୍ୟ ଏହା ଆଣିଦେଇଛି। ଏହି ମେଳା ଜରିଆରେ ମହିଳା ଏସ୍‌ଏଚ୍‌ଜିଗୁଡ଼ିକ ବିଭିନ୍ନ ସଂସ୍ଥା ସହ ଯୋଡ଼ିହୋଇପାରିଛନ୍ତି। ଆସନ୍ତା ଜୁନ୍‌ରେ ମହିଳା ଉଦ୍ୟୋଗୀ ପରିଷଦରେ ଆଉ ୧୦୦ ସଦସ୍ୟା ଯୋଗଦେବେ ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ ବି ପାଣି ଓ ସହ ଆବାହକ ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe