ବେତନ ନେଲେନି ଆଇସିଆଇସିଆଇ ବ୍ୟାଙ୍କ ସିଇଓ

Advertisment
ବେତନ ନେଲେନି ଆଇସିଆଇସିଆଇ ବ୍ୟାଙ୍କ ସିଇଓ

GQ India

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଲାଗି ରହିଥିବାରୁ ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ଓ ସିଇଓ ସନ୍ଦୀପ ବକ୍ସି ବେତନ ନେବାକୁ ମନା କରିଦେଇଛନ୍ତି। କିନ୍ତୁ ଭତ୍ତା ଆକାରରେ ତାଙ୍କୁ ବ୍ୟାଙ୍କ ୩୮ ଲକ୍ଷ ୩୮ ହଜାର ଟଙ୍କା ଦେଇଛି। ଏହା ବ୍ୟତୀତ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୬୩ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି। ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଦିତ୍ୟ ପୁରୀ ନିଜର ଅବସର ବର୍ଷରେ ସର୍ବାଧିକ ୧୩.୮୨ କୋଟି ଟଙ୍କାର ପ୍ରାପ୍ୟ ପାଇଛନ୍ତି। ଏଥିରେ ଅବସରକାଳୀନ ୩.୫ କୋଟି ଟଙ୍କା ସାମିଲ ରହିଛି। ତାଙ୍କ ଉତ୍ତରାଧିକାରୀ ଏସ୍‌ ଜଗଦୀଶନଙ୍କୁ ୪.୭୭ କୋଟି ଟଙ୍କାର ବେତନ ମିଳିଛି। ଆକ୍ସିସ୍ ବ୍ୟାଙ୍କର ସିଇଓ ଅମିତାଭ ଚୌଧୁରୀ ୬.୫୨ କୋଟି ଟଙ୍କାର ଦରମା ପାଇଛନ୍ତି। ତଥ୍ୟ ଅନୁଯାୟୀ, ମାସକୁ ସାଢ଼େ ୮ ଲକ୍ଷ ଟଙ୍କାରୁ ଅଧିକ ବେତନ ପାଉଥିବା ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଅଧିକ ରହିଛି। ସେମାନଙ୍କୁ କୋଟିପତି ବ୍ୟାଙ୍କର୍‌ କୁହାଯାଉଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୨୦୦ ଜଣ ଅଧିକାରୀ କୋଟିପତି କ୍ଲବ୍‌ରେ ଥିବା ବେଳେ ଆକ୍ସିସ୍ ବ୍ୟାଙ୍କରେ ସେଭଳି ୬୯ ଜଣ ଅଧିକାରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe