ଆଇସିଆଇସିଆଇ ବ୍ୟାଙ୍କ ଗୃହଋଣ ସୁଧ କମାଇଲା

Advertisment
ଆଇସିଆଇସିଆଇ ବ୍ୟାଙ୍କ ନିଟ୍‌ ଲାଭ ୩୦ % ବୃଦ୍ଧି

ନୂଆଦିଲ୍ଲୀ : ଗ୍ରାହକଙ୍କୁ କମ୍‌ ସୁଧରେ ଗୃହଋଣ ଯୋଗାଇ ଦେବା ପାଇଁ ଚାଲିଥିବା ପ୍ରତିଯୋଗିତାରେ ଆଜି ଆଇସିଆଇସିଆଇ ବ୍ୟାଙ୍କ ସାମିଲ‌ ହୋଇଛି। ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ସୁଧ ହାରକୁ ବ୍ୟାଙ୍କ ୬.୭୦ ପ୍ରତିଶତକୁ କମାଇ ଦେଇଛି। ସେହିଭଳି ୭୫ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଗୃହଋଣ ପାଇଁ ସୁଧ ହାରକୁ ୬.୭୫ ପ୍ରତିଶତରୁ ଆରମ୍ଭ କରାଯାଇଛି। ମାର୍ଚ୍ଚ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ କମ୍‌ ସୁଧ ହାର ସୁବିଧା ଗ୍ରାହକମାନେ ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏଚଡିଏଫସି ପକ୍ଷରୁ ଗୃହଋଣ ସୁଧ ହାର ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe