ଆଇସିଆଇସିଆଇ ବ୍ୟାଙ୍କ ନିଟ୍‌ ଲାଭ ୩୦ % ବୃଦ୍ଧି

ଆଇସିଆଇସିଆଇ ବ୍ୟାଙ୍କ ନିଟ୍‌ ଲାଭ ୩୦ % ବୃଦ୍ଧି

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୫୫୧୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ବ୍ୟାଙ୍କର ନିଟ୍‌ ଲାଭ ୩୦ ପ୍ରତିଶତ ଅଧିକ ରହିଛି। ସେହିଭଳି ଏହି ସମୟ ମଧ୍ୟରେ ବ୍ୟାଙ୍କର ନିଟ୍‌ ସୁଧ ଆୟରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସରେ ବ୍ୟାଙ୍କର ନିଟ୍‌ ଲାଭ ୯୩୬୬ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୧୧୬୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାଙ୍କର ଅନ୍ୟାନ୍ୟ ମାନଦଣ୍ଡରେ ମଧ୍ୟ ଉନ୍ନତି ଆସିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ଆଇସିଆଇସିଆଇ ବ୍ୟାଙ୍କର ପ୍ରୋଭିଜନିଂ (ଟିକସ ପ୍ରୋଭିଜନିଂ ବ୍ୟତୀତ) ୯ ପ୍ରତିଶତ ହ୍ରାସ ପାଇ ୨୭୧୪ କୋଟି ଟଙ୍କା ରହିଛି। ବ୍ୟାଙ୍କର ମୋଟ ଆୟରେ ମୋଟ ଏନପିଏ ବା ଅନାଦାୟ ଋଣ ୫.୧୫ ପ୍ରତିଶତ ପରିବର୍ତ୍ତେ ୪.୮୨ ପ୍ରତିଶତକୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe