ଭୁବନେଶ୍ବର : ଦେଶର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଆଇସିଏଲ୍ ଫିନ୍କର୍ପ ରାଜ୍ୟରେ ଏକକାଳୀନ ୧୨ଟି ନୂଆ ଶାଖା ସ୍ଥାପନ କରି ଏହାର ପ୍ରଥମ ବାର୍ଷିକୀ ପାଳନ କରିଛି। ଏହି ଶାଖାଗୁଡ଼ିକୁ ସହିଦନଗର, ଅଶୋକନଗର, ବି କେ ରୋଡ୍, ବାଲେଶ୍ବର, ବ୍ରହ୍ମପୁର, ଯାଜପୁର ଟାଉନ୍, ଖୋର୍ଦ୍ଧା, ଲିଙ୍କ୍ ରୋଡ୍, ନିଆଳି, ନିମାପଡ଼ା, ସାକ୍ଷୀଗୋପାଳ ଓ ସାଲେପୁର ଭଳି ସ୍ଥାନରେ ଖୋଲାଯାଇଛି। ଆଇସିଏଲ୍ ଫିନ୍କର୍ପର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ କେ ଜି ଅନିଲକୁମାର ଶାଖାଗୁଡ଼ିକୁ ଉଦ୍ଘାଟନ କରି କହିଛନ୍ତି ଯେ ଆମେ ମାସକ ଭିତରେ ରାଜ୍ୟରେ ଆଉ ୧୩ଟି ନୂଆ ଶାଖା ଖୋଲିବୁ। ଭବିଷ୍ୟତରେ ଓଡ଼ିଶାରେ ଆମର ଶାଖା ସଂଖ୍ୟା ୧୦୦ରେ ପହଞ୍ଚିବ। ଆସନ୍ତା ତିନି ବର୍ଷରେ ସାରା ଦେଶରେ ଶାଖା ସଂଖ୍ୟା ୧୦୦୦କୁ ବୃଦ୍ଧି କରିବା ଲାଗି ଆମର ଯୋଜନା ରହିଛି ବୋଲି ସେ କହିଛନ୍ତି। ସର୍ବଭାରତୀୟ ସ୍ତରରେ ୯୦୦ କୋଟି ଟଙ୍କାର କାରବାର କରିଥିବା ଏହି ସଂସ୍ଥା ଓଡ଼ିଶାରେ ସୁନା ଋଣ କ୍ଷେତ୍ରରେ ରହିଥିବା ସୁଯୋଗକୁ ନେଇ ବେଶ ଆଶାବାଦୀ ରହିଛି। ସେହି ସୁଯୋଗ ହାସଲ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ବାର୍ଷିକୀ ଧମାଲ ଲକି ଡ’ ବିଷୟରେ ଘୋଷଣା କରାଯାଇଛି। ଏଥିରେ ଗ୍ରାହକଙ୍କ ପାଇଁ ୧୦ ସୁନା ମୁଦ୍ରା ଜିତିବା ସୁଯୋଗ ରହିଛି। ଭାଗ୍ୟଶାଳୀ ବିଜେତାଙ୍କ ନାମ ୨୦୨୩ ଜାନୁଆରି ୧ରେ ଘୋଷଣା କରାଯିବ। ଆଇସିଏଲ୍ ଫିନ୍କର୍ପ ପକ୍ଷରୁ ସୁନା ଋଣ, ଇଏମ୍ଆଇ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ମୁଦ୍ରା ବିନିମୟ, ବ୍ୟବସାୟ ଋଣ, ଗୃହ ବୀମା, ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମା ଭଳି ସେବା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।
Follow Us