ଭୁବନେଶ୍ୱର: ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଂପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସ୍ଆଇ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ଆନ୍ତର୍ଜାତିକ ସମ୍ମିଳନୀ ଆସନ୍ତାକାଲିଠାରୁ ହୋଟେଲ୍ ମେ’ ଫେୟାରରେ ଆରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ଆଇସିଏସ୍ଆଇର ସଭାପତି ମକରନ୍ଦ ଲେଲେ, ଉପସଭାପତି ଅହଲାଦା ରାଓ ଭି, ଜାତୀୟ ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ଏସ୍ କେ ଅଗ୍ରଓ୍ଵାଲ୍ ଉପସ୍ଥିତ ରହିବେ। ଏହି ଅବସରରେ ବିଭିନ୍ନ ବୈଷୟିକ ଅଧିବେଶନ ଆୟୋଜନ କରାଯିବ। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞମାନେ ସେଥିରେ ଉଦ୍ବୋଧନ ଦେବେ।
‘ଆଇସିଏସ୍ଆଇ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜିଠାରୁ
Advertisment
Follow Us