ଆଇଡିବିଆଇ ବ୍ୟାଙ୍କରେ ୪୪୫ କୋଟିର ଠକେଇ

Advertisment
ଘରୋଇ ବ୍ୟାଙ୍କ ବର୍ଗରେ ସାମିଲ ହେଲା ଆଇଡିବିଆଇ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ଜଣେ ପୂର୍ବତନ ମହାପ୍ରବନ୍ଧକ ବ୍ୟାଙ୍କରୁ ୪୪୫ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ କରିଛନ୍ତିି। କିସାନ କ୍ରେଡିଟ୍‌ କାର୍ଡ ଓ ମତ୍ସ୍ୟ ଋଣ ଜରିଆରେ ଏହି ଜାଲିଆତି କରାଯାଇଛି। ଜାଲ କାଗଜପତ୍ର ଦାଖଲ କରି ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ ବଟୁ ରାମା ରାଓ ଏହି ଜାଲିଆତି କରିଛନ୍ତି। ସିବିଆଇ ପକ୍ଷରୁ ରାମା ରାଓ ଓ ବ୍ୟାଙ୍କର ଅନ୍ୟ ୩୦ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ୨୦୦୯ରୁ ୨୦୧୨ ମଧ୍ୟରେ ୨୨୦ ଜଣ ଲୋକ ଆଇଡିବିଆଇ ବ୍ୟାଙ୍କରୁ ପାଖାପାଖି ୧୯୩ କୋଟି ଟଙ୍କାର ଋଣ ନେଇଥିଲେ। ସୁଧ ଓ ଅନ୍ୟାୟ ଦେୟକୁ ମିଶାଇ ଏହି ବକେୟା ରାଶି ପରିମାଣ ଏବେ ୪୪୫ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ରାମା ରାଓଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରି ସେମାନେ ଋଣ ଉଠାଇଥିଲେ। ସେମାନେ ବନ୍ଧକ ରଖିଥିବା ସମ୍ପତ୍ତିର ମୂଲ୍ୟକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରିଥିଲେ। କିଛି ଦିନ ପରେ ଏହି ଋଣ ଏନ୍‌ପିଏରେ ପରିଣତ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe