Advertisment

ଇୱାଇ ରିପୋର୍ଟ: ୨୦୩୮ ସୁଦ୍ଧା ଭାରତ ହେବ ଦ୍ବିତୀୟ ବୃହତ୍‌ ଅର୍ଥନୀତି

Advertisment

କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଆସନ୍ତା ୨୦୩୮ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଥିବା ନେଇ ଇୱାଇ ଏହାର ଏକ ରିପୋର୍ଟରେ ଆକଳନ କରିଛି।

କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଆସନ୍ତା ୨୦୩୮ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଥିବା ନେଇ ଇୱାଇ ଏହାର ଏକ ରିପୋର୍ଟରେ ଆକଳନ କରିଛି।

econemy

Photograph: (DD News)

ନୂଆଦିଲ୍ଲୀ: କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଆସନ୍ତା ୨୦୩୮ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଥିବା ନେଇ ଇୱାଇ ଏହାର ଏକ ରିପୋର୍ଟରେ ଆକଳନ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ତଥ୍ୟକୁ ଅନୁଶୀଳନ କରି ଏହା ଜଣାଇଛି ଯେ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଆମେରିକା, ଚୀନ, ଜର୍ମାନୀ ଓ ଜାପାନ ତୁଳନାରେ ଏହା ଭଲ ସ୍ଥିତିରେ ରହିବ। ୨୦୩୦ ସୁଦ୍ଧା ଚୀନ୍‌ ଅର୍ଥନୀତି ୪୨.୨ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ। କିନ୍ତୁ ବୟସ୍କ ଲୋକ ଓ ବର୍ଦ୍ଧିତ ଋଣ ଏହା ପାଇଁ ବଡ଼ ଆହ୍ବାନ ହେବ। ଆମେରିକା ଯଦିଓ ଦୃଢ଼ ରହିବ, କିନ୍ତୁ ଏହାର ଋଣ ସ୍ତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୨୦ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇବ। ଜର୍ମାନୀ ଓ ଜାପାନ ଯଦିଓ ବିକଶିତ ରାଷ୍ଟ୍ର, କିନ୍ତୁ ମଧ୍ୟମ ବୟସ୍କ ଲୋକ ଓ ରପ୍ତାନି ଉପରେ ଅତ୍ୟଧିକ ନିର୍ଭରଶୀଳତା, ଏହି ଦୁଇ ପାଇଁ ଆହ୍ବାନ ସୃଷ୍ଟି କରିବ। 

ଇୱାଇ ଇଣ୍ଡିଆର ମୁଖ୍ୟ ନୀତି ଉପଦେଷ୍ଟା ଡି କେ ଶ୍ରୀବାସ୍ତବ କହିଛନ୍ତି ଯେ  ଯୁବ ଓ ଦକ୍ଷ ଶ୍ରମ ଶକ୍ତି, ଦୃଢ଼ ସଞ୍ଚୟ ଓ ନିବେଶ ହାର ଏବଂ ଅପେକ୍ଷାକୃତ କମ୍ ଋଣ ଭାରତ ସପକ୍ଷରେ କାମ କରିବ। ବିଶ୍ବସ୍ତରରେ ଅସ୍ଥିରତା ସତ୍ତ୍ବେ ଏହି ସବୁ କାରଣ ପାଇଁ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିପାରିବ। ଜିଏସ୍‌ଟି, ଆଇବିସି ଭଳି ସଂସ୍କାର, ୟୁପିଆଇ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ ଶିଳ୍ପଗୁଡ଼ିକର ପ୍ରତିଦ୍ବନ୍ଦ୍ବିତାରେ ଉନ୍ନତି ଆଣିଛି। ବିନିମୟ ମୁଦ୍ରା ହାର ଅନୁସାରେ ୨୦୨୮ ସୁଦ୍ଧା ଜର୍ମାନୀକୁ ଅତିକ୍ରମ କରି ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କ ଭାରତ ଜିଡିପିକୁ ୦.୯ ପ୍ରତିଶତ ପ୍ରଭାବିତ କରିପାରେ। କିନ୍ତୁ ରପ୍ତାନିରେ ବିବିଧତା ଆଣି, ଘରୋଇ ଚାହିଦା ବଢ଼ାଇ ଏବଂ ବାଣିଜ୍ୟ ସହଯୋଗିତାରେ ଉନ୍ନତି ଆଣି ଭାରତ ଏହି ପ୍ରଭାବକୁ ୦.୧ ପ୍ରତିଶତକୁ ହ୍ରାସ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe