ଏକାଧିକ ଥର ଏଟିଏମ୍ ବ୍ୟବହାର କଲେ ଫି’ କଟିବ

Advertisment
ନିର୍ବାଚନ ପରେ ବଢ଼ିବ ଏଟିଏମ୍‌ ଚାର୍ଜ: ୨୦-୨୩ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ

ନୂଆଦିଲ୍ଲୀ : ପ୍ରତି ମାସରେ ଏଟିଏମ୍‌କୁ ବହୁବାର ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ସାବଧାନ ରହିବାକୁ ପଡ଼ିବ। କାରଣ ନୂଆବର୍ଷ ଠାରୁ ଏଟିଏମ୍ ବ୍ୟବହାର ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବ। ମାସକ ଭିତରେ ଏଟିଏମ୍‌କୁ ନିଜ ବ୍ୟାଙ୍କ ଯେତିକି ଥର ନିଶୁଳ୍କ ବ୍ୟବହାର କରିବାର ଅନୁମତି ଦେଇଛି ତା’ଠାରୁ ଅଧିକ ଥର ବ୍ୟବହାର କଲେ ଶୁଳ୍କ କଟିବ। ନିଶୁଳ୍କ ଉଠାଣ ସୀମା ଶେଷ ହୋଇଯିବା ପରେ ପ୍ରତି ଥର ଟଙ୍କା ଉଠାଣ ବେଳେ ୨୧ ଟଙ୍କାର ଫି’ କଟିବ। ଅଣ-ମେଟ୍ରୋ ସହରର ଗ୍ରାହକମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌କୁ ନିଶୁଳ୍କ ଭାବେ ତିନି ଥର ବ୍ୟବହାର କରିପାରିବେ। ଅନ୍ୟ ଅଞ୍ଚଳର ଗ୍ରାହକମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌କୁ ନିଶୁଳ୍କ ଭାବେ ପାଞ୍ଚ ଥର ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe