ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫ୍‌କୋ ଏମ୍‌ଡି

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫ୍‌କୋ ଏମ୍‌ଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାର କମ୍ପାନି ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁ ଏସ୍‌ ଅୱସ୍ତି ସାକ୍ଷାତ କରିଛନ୍ତି। ସେ ଇଫ୍‌କୋର ନାନୋ ସାରର ବ୍ୟବହାର ସମେତ ଡିଏପି ଓ ୟୁରିଆ ଉତ୍ପାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଇଫ୍‌କୋ କିଭଳି ଓଡ଼ିଶାର ଅର୍ଥନୀତି ପ୍ରତି ଯୋଗଦାନ ଦେଉଛି ସେ ସମ୍ପର୍କରେ ମଧ୍ୟ ଡକ୍ଟର ଅୱସ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପାରାଦୀପରେ ଥିବା ଇଫ୍‌କୋର ସାର କାରଖାନାରେ ବିଶ୍ବର ସର୍ବବୃହତ ଫସ୍‌ଫରିକ୍ ଏସିଡ୍ କାରଖାନା ଥିବା ବେ‌ଳେ ଏହା ହେଉଛି ଭାରତର ସର୍ବବୃହତ ସମନ୍ବିତ ସାର କମ୍ପ୍ଲେକ୍ସ।

ଏହି ଅବସରରେ ଇଫ୍‌କୋ ପାରାଦୀପ କାରଖାନାର ୟୁନିଟ୍ ମୁଖ୍ୟ କେ ଜେ ପଟେଲ୍‌ ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ସମ୍ପର୍କରେ ଡକ୍ଟର ଅୱସ୍ତି ‘ଏକ୍ସ’ରେ ସାର ଉପଲବ୍ଧତା ଏବଂ ରାଷ୍ଟ୍ର ଗଠନରେ ବିଶ୍ବର ସର୍ବବୃହତ କୋଅପରେଟିଭ୍ ଇଫ୍‌କୋ ଗ୍ରହଣ କରୁଥିବା ଭୂମିକାକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ଆଲୋଚନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe