ଆଇଆଇଏମ୍ ଅଧ୍ୟକ୍ଷ ପୁନଃ ନିଯୁକ୍ତ ହେବେ

Advertisment
ଆଇଆଇଏମ୍ ଅଧ୍ୟକ୍ଷ ପୁନଃ ନିଯୁକ୍ତ ହେବେ

ନୂଆଦିଲ୍ଲୀ: ଦେଶରେ ଆଇଆଇଏମ ଗୁଡ଼ିକର ଅଧ୍ୟକ୍ଷଙ୍କୁ ପୁନଃ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଦେଶର ‌୨୦ଟି ଯାକ ଆଇଆଇଏମକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ପୁନଃ ନିଯୁକ୍ତି କରିବା ଲାଗି କ୍ଷମତା ମଧ୍ୟ ମନ୍ତ୍ରାଳୟ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ଦୁଇଟି ନିର୍ଦ୍ଦେଶନାମା ଦିଆଯାଇଛି। ସେଥିରୁ ଗୋଟିଏ ହେଲା ନୂଆ ଆଇଆଇଏମ ଆଇନ ଅନୁଯାୟୀ ବର୍ତ୍ତମାନର ବୋର୍ଡଗୁଡ଼ିକୁ ପୁନର୍ଗଠନ ନିମନ୍ତେ ଭଙ୍ଗାଯିବ। ଦ୍ବିତୀୟଟି ହେଲା ଅଧ୍ୟକ୍ଷମାନେ ପୂର୍ବରୁ ଯେତେବର୍ଷ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ଆଉ ଥରେ ୪ ବର୍ଷ ପାଇଁ ପୂର୍ଣ୍ଣକାଳ କାର୍ଯ୍ୟ କରିବା ସୁଯୋଗ ଦିଆଯିବ। ଓଡ଼ିଶାରେ ଆଇଆଇଏମ ସମ୍ବଲପୁର ଥିବାବେଳେ ୨୦୧୬ ଜାନୁଆରି ୧୫ରୁ ଏହାର ଅଧ୍ୟକ୍ଷ ଭାବେ ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କାର୍ଯ୍ୟ କରିଆସୁଛନ୍ତି। ନୂଆ ଆଇନ ଅନୁସାରେ ତାଙ୍କୁ ଆଉ ଥରେ ଅଧ୍ୟକ୍ଷ ନିଯୁକ୍ତ କରାଗଲେ ସେ ପୁଣି ୪ ବର୍ଷ ଏହାର ଦାୟିତ୍ବରେ ରହିବେ। ଆଇଆଇଏମ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଏକ ଗୁରୁତ୍ବପୂର୍ଣ୍ଣ ପଦବି। ଆଇଆଇଏମର ପାଠପଢା, ପ୍ରଶାସନିକ ଓ ଆର୍ଥିକ ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ଅଧ୍ୟକ୍ଷ ହିଁ ନେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe