ଭାରତକୁ ଆଇଏମ୍‌ଏଫ୍‌ର ପରାମର୍ଶ: ଗ୍ରାମୀଣ ସଡ଼କ ନିର୍ମାଣରେ ଅଧିକ ବ୍ୟୟ କର

Advertisment
୮% ଅଭିବୃଦ୍ଧି ଆମ ଆକଳନ ନୁହେଁ: ଆଇଏମ୍ଏଫ୍

Hindustan Times

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବ୍ୟୟ କରିବା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଭାରତକୁ ପରାମର୍ଶ ଦେଇଛି। ଗ୍ରାମୀଣ ସଡ଼କର ସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତକୁ ଏହାର ଜିଡିପିରୁ ଅଧିକ ଅଂଶ ଖର୍ଚ୍ଚ କରିବାକୁ ହେବ। ୨୦୩୦ ମସିହା ସୁଦ୍ଧା ଭାରତର ୯୦ ପ୍ରତିଶତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସୁବିଧା କରି‌ବାକୁ ହେବ। ଏଥିପାଇଁ ଭାରତକୁ ଅତିରିକ୍ତ ୨୪ କୋଟି କିଲୋମିଟରର ସଡ଼କ ନିର୍ମାଣ କରିବାକୁ ପଡ଼ିବ। ଏହା ବର୍ତ୍ତମାନ ଥିବା ମୋଟ ସଡ଼କ ତୁଳନାରେ ୩୯ ପ୍ରତିଶତ ଅଧିକ ବୋଲି ଆଇଏମଏଫ ଏହାର ‘ସାଉଥ ଏସିଆ’ସ୍‌ ପାଥ୍‌ ଟୁ ରେଜିଲିଏଣ୍ଟ ଗ୍ରୋଥ୍‌’ ନାମକ ପୁସ୍ତକରେ ଦର୍ଶାଇଛି। ବିଭିନ୍ନ ଅଞ୍ଚଳରେ ସଡ଼କ ନିର୍ମାଣ ବାବଦ ଖର୍ଚ୍ଚ ଭିନ୍ନ ଭିନ୍ନ ରହିଥାଏ।

ଉଦାହରଣ ସ୍ବରୂପ ଦକ୍ଷିଣ ଭାରତ ତୁଳନାରେ ଉତ୍ତର ଭାରତରେ ରାସ୍ତା ନିର୍ମାଣ ପାଇଁ ଦୁଇଗୁଣା ଅର୍ଥ ଆବଶ୍ୟକ ହୋଇଥାଏ। ପ୍ରତି କିଲୋମିଟର ରାସ୍ତା ନିର୍ମାଣ ପାଇଁ ହାରାହାରି ୫,୦୯,୦୦୦ ଡଲାର ଅର୍ଥ ଆବଶ୍ୟକ ପଡ଼ିଥାଏ ବୋଲି ଆକଳନ କରାଯାଇଛି। ତେଣୁ ୨୪ କୋଟି କିଲୋମିଟରର ଅତିରିକ୍ତ ସଡ଼କ ନିର୍ମାଣ ପାଇଁ ୧.୨ ଲକ୍ଷ କୋଟି ଡଲାରର ନିବେଶ ଆବଶ୍ୟକ। ବାର୍ଷିକ ଦୃଷ୍ଟିରୁ ଦେଖିଲେ ଏହି ରାଶି ଦେଶର ଜିଡିପିର ୨.୭ ପ୍ରତିଶତ। ସଡ଼କ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ହେଲେ ଜମି ଏବଂ ଆର୍ଥିକ କ୍ଷେତ୍ରରେ କେତେକ ସଂସ୍କାର ଆଣିବା ସହିତ ପ୍ରଶାସନିକ ଦକ୍ଷତା ମଧ୍ୟ ବଢ଼ାଇବାକୁ ହେବ ବୋଲି ଆଇଏମଏଫ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe