କରୋନା ଆଣିଲା ମାନ୍ଦାବସ୍ଥା: ସ୍ପଷ୍ଟ କଲେ ଆଇଏମ୍‌ଏଫ୍‌ ମୁଖ୍ୟ, ୮୦ରୁ ଅଧିକ ଦେଶ ମାଗି‌ଲେଣି ସହାୟତା

Advertisment
କରୋନା ଆଣିଲା ମାନ୍ଦାବସ୍ଥା: ସ୍ପଷ୍ଟ କଲେ ଆଇଏମ୍‌ଏଫ୍‌ ମୁଖ୍ୟ, ୮୦ରୁ ଅଧିକ ଦେଶ ମାଗି‌ଲେଣି ସହାୟତା

Jamaica Observer

ୱାସିଂଟନ: କରୋନା ଭୂତାଣୁ ଜନିତ ସଂକ୍ରମଣ ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ଭିତରକୁ ଠେଲି ଦେଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଗର୍ଜିଏଭା ଆଜି ଏହା ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାନ୍ଦାବସ୍ଥା ୨୦୦୯ ମାନ୍ଦାବସ୍ଥାଠାରୁ ମଧ୍ୟ ଭୟଙ୍କର ରହିବ ବୋଲି ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କ୍ରିଷ୍ଟାଲିନା ଜର୍ଜିବା କହିଛନ୍ତି। ବିଶ୍ବବ୍ୟାପୀ ଅର୍ଥନୀତି ହଠାତ୍ ଠପ୍ ହୋଇଯାଇଛି। ତେଣୁ ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ଗୁଡ଼ିକ ପାଇଁ ଅତିକମ୍‌ରେ ୨.୫ ଲକ୍ଷ କୋଟି ଡଲାରର ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ଆଇଏମ୍‌ଏଫ୍ ଆକଳନ କରିଛି। ତେବେ ଏହି ସହାୟତା ଦାବି ରାଶି ବଢ଼ିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ୮୦ରୁ ଅଧିକ ଦେଶ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିଠାରୁ ସହାୟତା ପାଇଁ ଅନୁରୋଧ କରିସାରିଲେଣି। ଏହି ଦେଶ ଗୁଡ଼ିକ ମଧ୍ୟରେ ଅଧିକାଂଶ ଅନୁନ୍ନତ ଦେଶ ରହିଛନ୍ତି ବୋଲି ସେ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର ଗୁଡ଼ିକରୁ ୮୩ ବିଲିଅନ ଡଲାରରୁ ଅଧିକ ରାଶି ନିବେଶକମାନେ ଉଠାଇ ନେଇଛନ୍ତି। ଏହି ଦେଶ ଗୁଡ଼ିକ ସେଥିରୁ କିଛି ବହନ କରିପାରିବେ। କିନ୍ତୁ ସେମାନଙ୍କ ଘରୋଇ ସମ୍ବଳ ଏଥିପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଏତଦବ୍ୟତୀତ ଏଥିରୁ ଅନେକ ଦେଶର ଋଣ ବହୁ ଅଧିକ ରହିଛି। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜର୍ଜିବା ଆଇଏମଏଫର ଜରୁରୀକାଳୀନ ପାଣ୍ଠିକୁ ବର୍ତ୍ତମାନର ପ୍ରାୟ ୫୦ ବିଲିଅନ ଡଲାରରୁ ବଢ଼ାଇବା ପାଇଁ ଷ୍ଟିଅରିଂ କମିଟି ବୈଠକରେ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe