୨୫ ଦେଶର ଋଣ ଛାଡ଼ କଲା ଆଇଏମ୍‌ଏଫ୍‌

Advertisment

ବାର୍‌କ୍ଲେଜ୍‌ର ଆକଳନ, ୨୦୨୦ରେ ଭାରତର ଅଭିବୃଦ୍ଧି ଶୂନ ହୋଇଯିବ

ବାର୍‌କ୍ଲେଜ୍‌ର ଆକଳନ, ୨୦୨୦ରେ ଭାରତର ଅଭିବୃଦ୍ଧି ଶୂନ ହୋଇଯିବ

୨୫ ଦେଶର ଋଣ ଛାଡ଼ କଲା ଆଇଏମ୍‌ଏଫ୍‌

Devdiscourse

ୱାସିଂଟନ: କରୋନା ମୁକାବିଲା ପାଇଁ ବିଶ୍ବର ୨୫ଟି ଗରିବ ଦେଶକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ୨୧୪ ନିୟୁତ ଡଲାରର ଋଣ ଛାଡ଼ କରିଛି। ଆସନ୍ତା ୬ ମାସ ପାଇଁ ଏହି ଦେଶଗୁଡ଼ିକ ଆଇଏମ୍‌ଏଫକୁ ଋଣ ପରିଶୋଧ ବାବଦ ଅର୍ଥ ଦେବେ ନାହିଁ। ସେହି ଅର୍ଥକୁ ସେମାନେ କରୋନା ମହାମାରୀ ମୁକାବିଲା କରିବାରେ ଖର୍ଚ୍ଚ କରିବେ। ଏହି ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଫ୍ରିକାର ହୋଇଥିବାବେଳେ ଅଳ୍ପ କେତୋଟି ଦେଶ ଏସିଆ ଏବଂ କାରବୀୟ ଅଞ୍ଚଳର ବୋଲି ଜଣାଯାଇଛି। ସବୁଠାରୁ ଅଧିକ ଋଣ ରିହାତି ଗିନିଆକୁ ମିଳିଥିବାବେଳେ ଏହା ପଛକୁ କଙ୍ଗୋ‌, ୟେମେନେ, ସିଏରା ଲିଓନ, ଲାଇବେରିଆ, ମୋଜାମ୍ବିକ, ବର୍କିନା ଫାସୋ, ରୁଆଣ୍ଡା, ତାଜିକିସ୍ତାନ ଏବଂ ବେନିନ୍ ରହିଛନ୍ତି। ୟେମେନ୍ ବ୍ୟତୀତ ଅନ୍ୟ ଏସୀୟ ଦେଶଗୁଡ଼ିକ ହେଲେ ଆଫଗାନିସ୍ତାନ, ନେପାଳ। ଆଇଏମଏଫ ବୋର୍ଡ ଏହି ନିଷ୍ପତ୍ତି ନେଇଛି ବୋଲି ଏହାର ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିବା ଏକ ବିବୃତିରେ କହିଛନ୍ତି।

ଏଥିସହିତ ବିଶ୍ବ ବ୍ୟାଙ୍କ ସହ ମିଶି ଆଇଏମଏଫ ମଧ୍ୟ ଧନୀ ଦେଶଗୁଡ଼ିକୁ ଗରିବ ଦେଶଗୁଡ଼ିକ ଠାରୁ ଋଣ କରିଶୋଧ ବାବଦ କିସ୍ତି ଚଳିତ ବର୍ଷ ମେ ପହିଲାରୁ ୨୦୨୦୧ ଜୁନ୍ ପର୍ଯ୍ୟନ୍ତ ଆଦାୟ ନକରିବାକୁ ପରାମର୍ଶ ଦେଇଛି। ପଶ୍ଚିମ ଆଫ୍ରିମାରେ ଇବୋଲା ମହାମାରୀ ଦେଖାଦେବା ସମୟରେ ଆଇଏମଏଫ ପକ୍ଷରୁ ବିପର୍ଯ୍ୟୟ ରୋକିବା ଏବଂ ରିଲିଫ ଟ୍ରଷ୍ଟ ଅଧୀନରେ ଏକ ପାଣ୍ଠି ଗଠନ ହୋଇଥିଲା। ସେହି ପାଣ୍ଠିରୁ ଆଇଏମଏଫ ଗରିବ ଦେଶଗୁଡ଼ିକୁ କୋଭିଡ-୧୯ ମୁକାବିଲା ପାଇଁ ଏହି ଅର୍ଥ ଯୋଗାଇ ଦେବ। ଏଥିସହିତ ଏହି ପାଣ୍ଠିରେ ଅର୍ଥ ଭରଣା କରିବା ପାଇଁ ସେ ଧନୀ ଦେଶଗୁଡ଼ିକୁ ଆହ୍ବାନ କରିଛନ୍ତି।

ସେହିଭଳି ଧନୀ ଦେଶଗୁଡ଼ିକ ଗରିବ ଦେଶଗୁଡ଼ିକୁ ପ୍ରଦାନ କରିଥିବା ଋଣକୁ ଛାଡ଼ କରିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ବିଶ୍ବ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜି-୨୦ ଏବଂ ଜି-୭ ଦେଶଗୁଡ଼ିକ ବିଶ୍ବ ବ୍ୟାଙ୍କର ଏହି ଋଣ ଛାଡ଼ ପ୍ରସ୍ତାବ ପ୍ରତି ସମର୍ଥନ କରୁଛନ୍ତି ବୋଲି ଏହି ସଂସ୍ଥାର ଏମଡି ଆକ୍ସେଲ ଭାନ୍ ଟ୍ରୋ‌ଟସେନବର୍ଗ କହିଛନ୍ତି। ଏହା ଉପରେ ପ୍ରାୟତଃ କୌଣସି ଦେଶ ପ୍ରଶ୍ନ ଉଠାଉ ନାହାନ୍ତି ବୋଲି ସେ କହିଛନ୍ତି।

ବାର୍‌କ୍ଲେଜ୍‌ର ଆକଳନ
୨୦୨୦ରେ ଭାରତର ଅଭିବୃଦ୍ଧି ଶୂନ ହୋଇଯିବ
ମୁମ୍ବାଇ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଆଜି ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାଦ୍ବାରା ଅର୍ଥନୀତିକୁ ୨୩୪.୪ ବିଲିଅନ ଡଲାରର ଆର୍ଥିକ କ୍ଷତି ହେବ। ୨୦୨୦ କ୍ୟାଲେଣ୍ଡର ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ଶୂନ ହୋଇଯିବ ବୋଲି ବ୍ରିଟେନର ଏହି ବ୍ରୋକରେଜ୍ ସଂସ୍ଥା ଆକଳନ କରିଛି।
ତେବେ ଆର୍ଥିକ ବର୍ଷ ଦୃଷ୍ଟିରୁ ଦେଖିଲେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୦.୮ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା କହିଛି। ପୂର୍ବରୁ ଏହି ସଂସ୍ଥା ଆକଳନ କରିଥିଲା ୨୦୨୦ କ୍ୟାଲେଣ୍ଡର ବର୍ଷରେ ଭାରତର ଅଭିବୃଦ୍ଧି ୨.୫ ପ୍ରତିଶତ ରହିବ। ତେବେ ପରେ ୨୦୨୦-୨୧ ଆର୍ଥିକ ବର୍ଷର ଅଭିବୃଦ୍ଧିକୁ ୩.୫ ପ୍ରତିଶତରୁ ସଂଶୋଧନ କରି ୦.୮ ପ୍ରତିଶତକୁ କମାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe