ଆଇଏମ୍‌ଏଫ୍‌ ଏମ୍‌ଡିଙ୍କ ଚେତାବନୀ: ମାଡ଼ିଆସୁଛି ଏଆଇ ସୁନାମି

୨ ବର୍ଷରେ ୪୦% ଚାକିରି ନେଇଯିବ

ଆଇଏମ୍‌ଏଫ୍‌ ଏମ୍‌ଡିଙ୍କ ଚେତାବନୀ: ମାଡ଼ିଆସୁଛି ଏଆଇ ସୁନାମି

ନୂଆଦିଲ୍ଲୀ: ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସୁନାମି ନିଯୁକ୍ତି ବଜାରକୁ ସୁନାମି ଭଳି ପ୍ରଭାବିତ କରୁଛି। ନିଯୁକ୍ତି ବଜାରକୁ ଏହା ନାଟକୀୟ ଭାବେ ବଦଳାଇଦେବ। ଆସନ୍ତା ୨ ବର୍ଷ ମଧ୍ୟରେ ବିକଶିତ ଦେଶଗୁଡ଼ିକରେ ଏଆଇ ୬୦ ପ୍ରତିଶତ ଚାକିରିକୁ ଏବଂ ସାରା ବିଶ୍ବରେ ୪୦ ପ୍ରତିଶତ ଚାକିରିକୁ ପ୍ରଭାବିତ କରିବ ବୋଳି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଏଭା ସତର୍କ କରାଇ ଦେଇଛନ୍ତି। ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବା ଲାଗି ସେ ଗୁରୁତ୍ବ ଦେଇଛନ୍ତି। ‌ତାଙ୍କ କହିବାନୁଯାୟୀ, ଲୋକଙ୍କୁ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଏଥିପାଇଁ ପ୍ରସ୍ତୁତ ରଖିବା ଲାଗି ଆମ ପାଖରେ ଖୁବ୍‌ କମ୍‌ ସମୟ ରହିଛି।

ଆମ ଉତ୍ପାଦନକୁ ଏଆଇ ବଢ଼ାଇ ଦେଇପାରେ ଏବଂ ଅଧିକ ଦକ୍ଷ କରି ଦେଇପାରେ। କିନ୍ତୁ ଏହା ମିଥ୍ୟା ସୂଚନା ଏବଂ ଆୟ ପାର୍ଥକ୍ୟକୁ ବହୁମାତ୍ରାରେ ବଢ଼ାଇ ଦେଇପାରେ। ତେଣୁ ଏଆଇରୁ କିଭଳି ସର୍ବାଧିକ ସୁବିଧା ପାଇହେବ ସେଥିପାଇଁ ଏହାକୁ ଯତ୍ନର ସହିତ ପରିଚାଳନା ଆବଶ୍ୟକ ବୋଲି ସେ କହିଛନ୍ତି।
କରୋନା ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧ ସତ୍ତ୍ବେ ବିଶ୍ବ ଅର୍ଥନୀତିର ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରୁଛି। ବର୍ତ୍ତମାନ ବିଶ୍ବରେ ମାନ୍ଦାବସ୍ଥା ନାହିଁ। ଗତବର୍ଷ ଏ ନେଇ ଦେଖାଦେଇଥିବା ଆଶଙ୍କା କମି କମି ଯାଉଛି। ମୁଦ୍ରାସ୍ଫୀତି ମଧ୍ୟ ଅନେକ ସ୍ଥାନରେ ହ୍ରାସ ପାଉଛି। ତେ‌ବେ ବିଶ୍ବ ଅର୍ଥନୀତି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମ୍ମୁଖୀନ ହେବ। ଏଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମସ୍ୟାର ସମାଧାନ ପାଇଁ ଉତ୍ତମ ରଣନୀତି ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe