ଭୁବନେଶ୍ବର: ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଇମ୍ଫାର ଦୁଇଟି ଖଣିକୁ ପୁରସ୍କୃତ କରାଯାଇଛି। କଂପାନିର ସୁକିନ୍ଦା କ୍ରୋମାଇଟ ଖଣିକୁ ବ୍ୟବସ୍ଥିତ ଓ ବୈଜ୍ଞାନିକ ପଦ୍ଧତିରେ ଖନନ ପାଇଁ ପ୍ରଥମ ପୁରସ୍କାର ଦିଆଯାଇଥିବା ବେଳେ ମହାଗିରି କ୍ରୋମାଇଟ ଖଣିକୁ ଭୂତଳ ଖନନ ଓ ସାମଗ୍ରିକ ପ୍ରଦର୍ଶନ ବର୍ଗରେ ପ୍ରଥମ ପୁରସ୍କାର ଦିଆଯାଇଛି। କେନ୍ଦ୍ର ଖଣି ବିଭାଗର ଯୁଗ୍ମ ସଚିବ ଡକ୍ଟର କେ ରାଜେଶ୍ବର ରାଓଙ୍କ ଠାରୁ କଂପାନିର ଡେପୁଟି ହେଡ୍ (ମାଇନିଂ) ସୁଧାଂଶୁ ପଟନି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଇମ୍ଫାର ୨ଟି ଖଣିକୁ ପୁରସ୍କାର
Advertisment
Follow Us