ଆଇଏମ୍ଏଫ୍‌ର ପ୍ରସ୍ତାବ: ୫୦୦୦ କୋଟି ଡଲାରରେ କ‌ରୋନା ମହାମାରୀ ହଟାଇବା ସମ୍ଭବ

ଆଇଏମ୍ଏଫ୍‌ ଆକଳନ: ଅଭିବୃଦ୍ଧି କମିବ, ତଥାପି ଶୀର୍ଷରେ ରହିବ

brecorder.com

ମୁମ୍ବାଇ : ସମଗ୍ର ବିଶ୍ବରୁ କୋଭିଡ୍ ମହାମାରୀକୁ ସବୁଦିନ ପାଇଁ ହଟାଇବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏକ ଯୋଜନା ପ୍ରସ୍ତୁତ କରିଛି। ପ୍ରାୟ ୫୦୦୦ କୋଟି ଡଲାର ମୂଲ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ପାଣ୍ଠିକୁ ବ୍ୟବହାର କରି ୨୦୨୧ ଶେଷ ସୁଦ୍ଧା ବିଶ୍ବର ୪୦% ଓ ୨୦୨୨ ପ୍ରଥମାର୍ଧ ସୁଦ୍ଧା ୬୦ ପ୍ରତିଶତ ଲୋକଙ୍କ ଟିକାକରଣ କରିବା ଯୋଜନା ରହିଛି।

ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଓ ଷ୍ଟାଫ୍‌ ଅର୍ଥନୀତିଜ୍ଞ ରୁଚିର ଅଗ୍ରୱାଲ୍‌ ଏହି ପ୍ରସ୍ତାବର ଚିଠା ପ୍ରସ୍ତୁତ କରିଛନ୍ତି। ଯୋଜନା ଅନୁସାରେ ସମଗ୍ର ବିଶ୍ବରୁ କରୋନା ମହାମାରୀକୁ ସବୁ ଦିନ ପାଇଁ ହଟାଇବା ଲାଗି ଯେଉଁ ୫୦୦୦ କୋଟି ଡଲାର ଦରକାର ସେଥି ମଧ୍ୟରୁ ୩୫୦୦ କୋଟି ଡଲାର ଧନୀ ରାଷ୍ଟ୍ର, ଘରୋଇ କ୍ଷେତ୍ର ଓ ବହୁଦେଶୀୟ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଠାରୁ ସଂଗ୍ରହ କରାଯିବ। ବଳକା ୧୫୦୦ କୋଟି ଡଲାର ବିିଭିନ୍ନ ଦେଶ ବିଭିନ୍ନ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ ଠାରୁ କମ୍ ସୁଧରେ ଋଣ ଆଣି ପ୍ରଦାନ କରିବେ ବୋଲି ଆଇଏମ୍ଏଫ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe