ଓଡ଼ିଶା ପୁଲିସ, ଏମ୍‌ସକୁ ସାନିଟାଇଜର ଦେଲା ଆଇଏମଏମଟି

Advertisment
ଓଡ଼ିଶା ପୁଲିସ, ଏମ୍‌ସକୁ ସାନିଟାଇଜର ଦେଲା ଆଇଏମଏମଟି

ଭୁବନେଶ୍ବର :ଭୁବନେଶ୍ବରସ୍ଥିତ ଆଇଏମଏମଟି ପକ୍ଷରୁ କରୋନା ମୁକାବିଲା ପାଇଁ ଓଡ଼ିଶା ପୁଲିସକୁ ସାନିଟାଇଜର ପ୍ରଦାନ କରାଯାଇଛି। ଆଇଏମଏମଟି ଏହାର ୫୭ତମ ପ୍ରତିଷ୍ଠା ଦିବସ ପାଳନ କରିବା ପରିବର୍ତ୍ତେ ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି। ଓଡ଼ିଶା ପୁଲିସର ଅନୁରୋଧ କ୍ରମେ ଆଇଏମଏମଟି ପକ୍ଷରୁ ବହୁ ମାତ୍ରାରେ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ପୁଲିସର ଆଇଜି (ପ୍ରୋଭିଜନ୍ସ) ୟତିନ୍ଦ୍ର କୋୟଲଙ୍କ ପକ୍ଷରୁ ଏଆଇଜି (ପ୍ରୋଭିଜନ୍ସ) ବି. କେ‌. ହୋତା ଏହି ସାନିଟାଇଜରକୁ ଆଇଏମଏମଟିର ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ତ୍ବ ବସୁଙ୍କ ଠାରୁ ଗ୍ରହଣ କରିଥିଲେ। ଏଥିସହିତ ଭୁବନେଶ୍ବର ଏମ୍‌ସକୁ ମଧ୍ୟ ପ୍ରତିଷ୍ଠାନ ପକ୍ଷରୁ ସାନିଟାଇଜର ପ୍ରଦାନ କରାଯାଇଛି। ପ୍ରତିଷ୍ଠାନର ଅଧିକାରୀମାନେ ଏମ୍‌ସ ନିର୍ଦ୍ଦେଶିକାକୁ ଡାକ୍ତର ଗୀତାଞ୍ଜଳି ବତ୍‌ମାନବନେଙ୍କୁ ଉକ୍ତ ସାନିଟାଇଜର ପ୍ରଦାନ କରିଛନ୍ତି। ପ୍ରତିଷ୍ଠାନ ଏହାର ପ୍ରତିଷ୍ଠା ଦିବସ ପରେ ପାଳନ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe