୬୦ତମ ପ୍ରତିଷ୍ଠା ଦିବସ ପାଳିତ: କଳିଙ୍ଗନଗରରେ ‘ଇମ୍ଫା’ ୫୫୦ କୋଟି ନିବେଶ କରିବ

Advertisment
୬୦ତମ ପ୍ରତିଷ୍ଠା ଦିବସ ପାଳିତ: କଳିଙ୍ଗନଗରରେ ‘ଇମ୍ଫା’ ୫୫୦ କୋଟି ନିବେଶ କରିବ

ଭୁବନେଶ୍ବର : ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋଆଲଏଜ୍ ଲିମିଟେଡ୍‌ (ଇମ୍ଫା) ପକ୍ଷରୁ ୬୦ତମ ପ୍ରତିଷ୍ଠା ଦିବସ ଓ ସଂସ୍ଥାର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ପାଳନ କରାଯାଇଛି। ‌ଏଥିପାଇଁ କଂପାନିର ଭୁବନେଶ୍ବରରେ ଥିବା କର୍ପୋରେଟ୍ କାର୍ଯ୍ୟାଳୟ ବ୍ୟତୀତ ଥେରୁବାଲି, ଚୌଦ୍ବାର ଓ ସୁକିନ୍ଦାରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଂପାନି ପକ୍ଷରୁ ଏକ ସ୍ବତନ୍ତ୍ର ବାର୍ଷିକୀ ଲୋଗୋ ଉନ୍ମୋଚନ କରାଯାଇଛି ଯେଉଁଥିରେ ସଂସ୍ଥାର ୬୦ ବର୍ଷର ଯାତ୍ରା ପ୍ରତିଫଳିତ ହୋଇଛି। କଂପାନି ବୋର୍ଡ ପକ୍ଷରୁ ୧:୧ ବୋନସ୍ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଫେରୋ କ୍ରୋମ୍ କ୍ଷମତାକୁ ବାର୍ଷିକ ୧,୦୦,୦୦୦ ଟନ୍ ପର୍ଯ୍ୟନ୍ତ ବଢ଼ାଇବା ଯୋଜନାକୁ ମଧ୍ୟ ବୋର୍ଡ ସମୀକ୍ଷା କରୁଛି। ଯାଜପୁରର କଳିଙ୍ଗନଗରରେ ୫୫୦ କୋଟି ଟଙ୍କା ବିନିଯୋଗରେ ଏହି ୟୁନିଟ୍ ସ୍ଥାପନ କରାଯିବ। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି। ଏଥିରେ ୫୫୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଲାଗି ଖୁବ୍‌ଶୀଘ୍ର ଜମି ଆବଣ୍ଟନ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ଇମ୍ଫାର ସମସ୍ତ ସଦସ୍ୟଙ୍କ ପ୍ରତି ମୁଁ କୃତଜ୍ଞ। ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ଅବଦାନ ବିନା ଆମେ ଏହି ମାଇଲଖୁଣ୍ଟରେ ପହଞ୍ଚିବା ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe