ଭୁବନେଶ୍ବର :ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନି ଇମ୍ଫା ପକ୍ଷରୁ ଆପୋଲୋ ହସ୍ପିଟାଲ୍ସ ଓ ଫିକିର ମିଳିତ ସହଯୋଗରେ ଏହାର କର୍ପୋରେଟ୍ କାର୍ଯ୍ୟାଳୟଠାରେ କୋଭିଡ୍–୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ମାନବ ସମ୍ବଳ ବିଭାଗ ଉପସଭାପତି ତଥା ମୁଖ୍ୟ ଆଶିଷ ମିଶ୍ର କହିଛନ୍ତି ଯେ ଆମର କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ବଚନବଦ୍ଧ ଏବଂ ଯଥାଶୀଘ୍ର ସବୁ ସ୍ଥାନରେ ଆମ କର୍ମଚାରୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରିବୁ। କୋଭିଡ୍–୧୯ ପାଇଁ ଟିକାକରଣ ହେଉଛି ସର୍ବୋତ୍ତମ ସୁରକ୍ଷା ଏବଂ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଯେତେବେଳେ ବି ସମ୍ଭବ ହେଉଛି ଟିକାକରଣ ନିଶ୍ଚିତ କରାନ୍ତୁ। କୋଭିଡ୍ ମୁକାବିଲା ନେଇ ରହିିଥିବା ନିୟମକୁ ପାଳନ କରିବା ଲାଗି ମଧ୍ୟ ସେ ଆହ୍ବାନ ଦେଇଛନ୍ତି।
ଇମ୍ଫାର କୋଭିଡ୍ ଟିକାକରଣ ଅଭିଯାନ
Advertisment
Follow Us