ବନ୍ଦ ହେବନି ରୁଷ୍‌ରୁ କୋଇଲା, ଗ୍ୟାସ୍‌ ଆମଦାନି: ଗେଲ୍ ଏଲ୍‌ଏନ୍‌ଜି ଆମଦାନି ଜାରି ରଖିବ

Advertisment

କୁକିଂ କୋଲ୍‌ ଆମଦାନି ସ୍ବାଭାବିକ ରହିବ

କୁକିଂ କୋଲ୍‌ ଆମଦାନି ସ୍ବାଭାବିକ ରହିବ

ଚୀନ୍‌ରୁ ଆମଦାନି ହ୍ରାସ ପାଇବ, ସରକାର ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ଯୋଜନା

India Briefing

ନୂଆଦିଲ୍ଲୀ: ୟୁ‌କ୍ରେନ୍ ଉପରେ ଆକ୍ରମଣ କରି ବିଶ୍ବ ସମୁଦାୟ ରୋଷର ଶିକାର ହୋଇଥିବା ରୁଷ୍‌ ସହିତ ବାଣିଜ୍ୟ କାରବାର ବନ୍ଦ କରିବା ବିଷୟରେ ଭାରତ ବିଚାର କରୁନାହିଁ। ଯେଉଁ ସବୁ ସାମଗ୍ରୀ ରୁଷ୍‌ରୁ ଆମଦାନି କରାଯାଉଥିଲା ତାହା ଜାରି ରହିବ। ତେଲ ଆମଦାନି ବନ୍ଦ କରାଯିବ ନାହିଁ ବୋଲି ଭାରତ ଆଗରୁ ସ୍ପଷ୍ଟ କରିଛି। ରୁଷ୍‌ରୁ ମୋଟା ଅଙ୍କର ରିହାତିରେ ମିଳୁଥିବା ତେଲକୁ ଏହା କିଣୁଛି। ଯେହେତୁ ତେଲ କାରବାର ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ ତେଣୁ ଭାରତ ଏହାକୁ ନେଇ ବିଶେଷ ଚିନ୍ତିତ ନାହିଁ। କେବଳ ତେଲ ନୁହେଁ ରୁଷ୍‌ରୁ କୋଇଲା ଓ ଗ୍ୟାସ୍‌ ଆମଦାନି ଜାରି ରଖିବାକୁ ମଧ୍ୟ ଭାରତ ନିଷ୍ପତ୍ତି ନେଇଛି।

ରୁଷ୍‌ରୁ କୋଇଲା ଆମଦାନି ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି। ଇସ୍ପାତ ଉତ୍ପାଦନରେ ବ୍ୟବହାର କରାଯାଉଥିବା କୁକିଂ କୋଲ୍‌କୁ ଭାରତ ରୁଷ୍‌ରୁ ଆମଦାନି କରିଥାଏ। ଆଗାମୀ ଦିନରେ ଏହି ଦେଶରୁ ଦୁଇ ଗୁଣା ଅଧିକ କୋଇଲା ଆମଦାନି କରିବା ଉପରେ ଭାରତ ବିଚାର କରୁଛି। ଭାରତ ଯେଉଁ ୧.୦୬ ନିୟୁତ ଟନ୍‌ କୁକିଂ କୋଲ୍ ଓ ଥର୍ମାଲ୍ କୋଲ୍‌ ମଗାଇଛି ତାହା ଭାରତୀୟ ବନ୍ଦରଗୁଡ଼ିକରେ ଚଳିତ ମାସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରୁଷ୍‌ ଉପରେ ଆମେରିକା ଓ ୟୁରୋପୀୟ ସଂଘ କଠୋର କଟକଣା ଲଗାଇଥିବାରୁ ନିଜ ଆର୍ଥିକ ସ୍ଥିତିକୁ ବଜାୟ ରଖିବା ଲାଗି ଚୀନ୍ ଓ ଭାରତକୁ ମୋଟା ଅଙ୍କର ରିହାତିରେ କୋଇଲା ବିକ୍ରି କରିବା ଉପରେ ରୁଷ୍ ବିଚାର କରୁଛି। ଯଦି ଡଲାରରେ ପେମେଣ୍ଟ୍ ସମ୍ଭବ ନହେବ ତେବେ ଟଙ୍କା ଓ ରୁବଲ୍‌ ବିନିମୟରେ କାରବାର କରିବାକୁ ରୁଷ୍ ପ୍ରସ୍ତୁତ ରହିଛି। ରୁଷ୍‌ର ଗ୍ୟାସ୍‌ ଉତ୍ପାଦନକାରୀ ସଂସ୍ଥା ଗାଜ୍‌ପ୍ରମ୍ ଠାରୁ ଭାରତୀୟ ସଂସ୍ଥା ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ଏଲ୍‌ଏନ୍‌ଜି କିଣିବା ଜାରି ରଖିଛି। ଏହା ଡଲାର ମାଧ୍ୟମରେ ପେମେଣ୍ଟ୍‌ ମଧ୍ୟ କରୁଛି। ବର୍ଷକୁ ୨.୫ ନିୟୁତ ଟନ୍ ଲିକ୍ବିଫାଏଡ୍‌ ନାଚୁରାଲ୍ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଆମଦାନି କରିବା ଲାଗି ଗେଲ୍‌ ରୁଷ୍‌ର କଂପାନି ସହ ଚୁକ୍ତି ସ୍ବାକ୍ଷର କରିଛି। ପ୍ରତି ମାସରେ ଏଲ୍‌ଏନ୍‌ଜି ବୋଝେଇ ହୋଇଥିବା ୩-୪ଟି ଜାହାଜ ଭାରତରେ ପହଞ୍ଚୁଛି। ଶେଷ ଥର ପାଇଁ ଚଳିତ ମାସ ୨୩ ତାରିଖରେ ଗେଲ୍‌ ପକ୍ଷରୁ ଗାଜପ୍ରମ୍‌ରୁ କିଣାଯାଇଥିବା ଗ୍ୟାସ୍‌ ପାଇଁ ଡଲାରରେ ପେମେଣ୍ଟ୍‌ କରାଯାଇଥିଲା। ମାର୍ଚ୍ଚ ୨୫ରେ ଯେଉଁ ଜାହାଜ ଆସିଛି ସେଥିପାଇଁ ଏପ୍ରିଲ୍‌ରେ ପେମେଣ୍ଟ୍ କରାଯିବ। ତାହାର ପେମେଣ୍ଟ୍‌ ମଧ୍ୟ ଡଲାରରେ କରାଯିବ ବୋଲି ଜଣାପଡ଼ିଛି। ପେମେଣ୍ଟ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଲାଗି ଗାଜ୍‌ପ୍ରମ୍ ପକ୍ଷରୁ ଏପର୍ଯ୍ୟନ୍ତ ଗେଲ୍‌କୁ କୌଣସି ସୂଚନା ଦିଆଯାଇନାହିଁ।

ୟୁକ୍ରେନ୍‌ ଉପରେ ରୁଷ୍ ଆକ୍ରମଣ କରିବା ପରେ ଏହା ଉପରେ ଆମେରିକା, ୟୁରୋପୀୟ ସଂଘ ଓ ଜାପାନ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ସେହି କଟକଣାଗୁଡ଼ିକୁ ମାନିବା ଲାଗି ଭାରତ ଭଳି ଦେଶକୁ ବାଧ୍ୟ କରାଯାଇନାହିଁ। ଯେହେତୁ ଅତୀତରେ ଅନେକ ସମୟରେ ଆନ୍ତର୍ଜାତିକ ମଞ୍ଚରେ ରୁଷ୍‌ ଭାରତକୁ ଅଡ଼ୁଆ ପରିସ୍ଥିତିରୁ ଉଦ୍ଧାର କରିଛି, ତେଣୁ ଏହି ଦେଶକୁ ବିରୋଧ କରିବା ଲାଗି ବିଭିନ୍ନ ମହଲରେ ଏବେ ଯେଉଁ ପ୍ରସ୍ତାବ ଆସୁଛି ତାହାର ଭୋଟିଂରୁ ଭାରତ ବିରତ ରହୁଛି। ଦେଶର ପ୍ରତିରକ୍ଷା କ୍ଷେତ୍ର ପ୍ରତି ରୁଷ୍‌ର ବଡ଼ ଧରଣର ଅବଦାନ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe