ଫ୍ରିଜ୍ ଆମଦାନିରେ କଟକଣା ଲାଗିବ

ଫ୍ରିଜ୍ ଆମଦାନିରେ କଟକଣା ଲାଗିବ

Zee Business

ନୂଆଦିଲ୍ଲୀ: ଦେଶ ଭିତରେ ଫ୍ରିଜ୍ ଉତ୍ପାଦନ ବଢ଼ାଇବାରେ କଂପାନିଗୁଡ଼ିକ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଆମଦାନି ଉପରେ କଟକଣା ଲଗାଇବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏବେ ଫ୍ରିଜ୍‌କୁ ବିନା କୌଣସି ଅନୁମତି‌ରେ ଆମଦାନି କରାଯାଇପାରୁଛି। ଆଗାମୀ ଦିନରେ ତାହାକୁ ଲାଇସେନ୍ସ ବର୍ଗରେ ସାମିଲ କରାଯିବ। ଯେଉଁ ସଂସ୍ଥା ଫ୍ରିଜ୍ ଆମଦାନି କରିବେ ସେମାନଙ୍କୁ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ରେଫ୍ରିଜରାଣ୍ଟ୍‌ ଆମଦାନି ଉପରେ ସରକାର କଟକଣା ଲଗାଇ ସାରିଛନ୍ତି। ଆଗାମୀ ଦିନରେ ଫ୍ରିଜ୍ ଆମଦାନି ଉପରେ କଟକଣା ଲାଗିବ। ଏହା ଦ୍ବାରା ଦେଶ ଭିତରେ ଫ୍ରିଜ୍ ଉତ୍ପାଦନ ବଢ଼ାଇବାର ସୁଯୋଗ ସୃଷ୍ଟି ହେବ। ଆସନ୍ତା ଏକ ମାସ ଭିତରେ ଏହି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଭାରତରେ ୫୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ଫ୍ରିଜ୍ ବିକ୍ରି ହେଉଛି। ଏଥିରେ ସାମସଙ୍ଗ୍‌, ଏଲଜି ଭଳି ବିଦେଶୀ କଂପାନି ଓ ଟାଟାର ଭୋଲ୍‌ଟାସ୍, ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଓ ହାଭେଲ୍‌ସ ଇଣ୍ଡିଆ ଭଳି ସ୍ଥାନୀୟ କଂପାନି ସକ୍ରିୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe